Advertisment

ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁ ମାମଲା: ସନ୍ଦେହ ଘେରରେ ଅଧ୍ୟାପିକା, କାହିଁକି ବିକାଶଙ୍କ ପାଖକୁ ଯାଉଥିଲେ

ଏତଲା ଆଧାରରେ ଜଟଣୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିକାଶଙ୍କ ମୋବାଇଲ୍ ଜବତ କରିବା ସହ ତାଙ୍କ ସାଙ୍ଗସାଥୀମାନଙ୍କୁ ପଚରାଉଚରା କରୁଛି।

Bikash

Bikash

Advertisment

ଖୋର୍ଦ୍ଧା ଜିଲ୍ଲା ଜଟଣୀର ତରାବୋଇ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ବିକାଶ ରଞ୍ଜନ ସାହୁଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ପୁଅର ମୃତ୍ୟୁ ପାଇଁ ସଂପୃକ୍ତ କଲେଜର ଜଣେ ଅଧ୍ୟାପିକାଙ୍କୁ ଦାୟୀ କରିଛନ୍ତି ମୃତ ବିକାଶଙ୍କ ପରିବାର ଲୋକେ। ବିକାଶଙ୍କ ବାପା ବୀରେନ କୁମାର ସାହୁ ଏନେଇ ଥାନାରେ ଏତଲା ଦେଇଛନ୍ତି।

Advertisment

ବୀରେନ କୁମାର ସାହୁ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ଓ ପୁଅର ଦାହକ୍ରିୟାରେ ବ୍ୟସ୍ତ ଥିବାରୁ ସେ ତାଙ୍କ ପୁଅର ମୃତ୍ୟୁର କାରଣ ବିଷୟରେ ଅନୁସନ୍ଧାନ କରି ନଥିଲେ। କିନ୍ତୁ ପରେ ପରେ ସେ ଭଡ଼ା ଘର ପାଖରେ ଥିବା କିଛି ପଡ଼ୋଶୀ ଓ ପୁଅର କିଛି ସାଙ୍ଗମାନଙ୍କ ଠାରୁ ଶୁଣିବାକୁ ପାଇଲେ ଯେ ତାଙ୍କ ଅନୁପସ୍ଥିତିରେ ତାଙ୍କ ଭଡ଼ା ଘରକୁ ଜଣେ ଅଧ୍ୟାପିକା ପୁଅ ପାଖକୁ ଅଧିକାଂଶ ସମୟରେ ଆସୁଥିଲେ ଓ ତା’ ସହିତ ମିଶୁଥିଲେ। ଘଟଣା ଦିନ ମଧ୍ୟ ସେ ଦିନ ପ୍ରାୟ ୨ଟା ବେଳେ ତାଙ୍କ ଭଡ଼ା ଘରକୁ ଆସିଥିଲେ ଓ କିଛି ସମୟ ପରେ ପଡ଼ୋଶୀମାନଙ୍କୁ ଡାକ ପକାଇ ବିକାଶକୁ ବଞ୍ଚାଇ ଦେବାକୁ କହିଥିଲେ। ବିକାଶ ମରିବାକୁ ଯାଉଛି ବୋଲି ସେ କହିଥିଲେ। ସେହିଭଳି ସେ ତାଙ୍କ ପତ୍ନୀ ରଜନୀ ରାଣୀ ସାହୁଙ୍କଠାରୁ ଶୁଣିବାକୁ ପାଇଥିଲେ ଯେ ବିକାଶ ଦୁଇ ମାସ ତଳେ ତାଙ୍କୁ କହିଥିଲା ଯେ ସେହି ଅଧ୍ୟାପିକା ଜଣଙ୍କ ତା’ ସହିତ ଅନୈତିକ ଓ ଅବୈଧ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଯେହେତୁ ଅଧ୍ୟାପିକା ଜଣଙ୍କ ଘଟଣା ଦିନ ତାଙ୍କ ଭଡ଼ା ଘର ପାଖରେ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିଲେ, ତେଣୁ ପୁଅ ବିକାଶର ମୃତ୍ୟୁରେ ତାଙ୍କର ସଂପୃକ୍ତି ରହିଛି ବୋଲି ବୀରେନ କୁମାର ସାହୁଙ୍କ ଦୃଢ଼ ବିଶ୍ୱାସ ରହିଛି।

ବୀରେନ କୁମାର ସାହୁ ତରାବୋଇ ନିକଟସ୍ଥ ପାୱାର ଗ୍ରୀଡରେ ଚାକିରି କରନ୍ତି। ସେ ତରାବୋଇରେ ଏକ ଘର ଭଡ଼ା ନେଇ ରହନ୍ତି। ପୁଅ ବିକାଶ ତାଙ୍କ ପାଖରେ ରହି ପଢୁଥିଲେ। ସେ ପ୍ରତିଦିନ ସେଠାରୁ କଲେଜ ଯା’ଆସ କରୁଥିଲେ। ବିକାଶ କଂପ୍ୟୁଟର ସାଇନ୍ସରେ ବିଟେକ କରୁଥିବା ବେଳେ ତୃତୀୟ ବର୍ଷର ଛାତ୍ର ଥିଲେ। ଉକ୍ତ ଅଧ୍ୟାପିକା ଅଧିକାଂଶ ସମୟରେ ବିକାଶଙ୍କ ସହିତ ମିଳାମିଶା କରୁଥିଲେ। ସେ ବିକାଶକୁ ଏକ ଦାମୀ ବାଇକ୍ ମଧ୍ୟ ଉପହାରରେ ଦେଇଥିଲେ। ବିକାଶଙ୍କ ମୃତ୍ୟୁ ପରେ କୌଶଳ କରି ଅଧ୍ୟାପିକା ଜଣଙ୍କ ତାଙ୍କ ମୋବାଇଲରୁ କିଛି ମେସେଜ ଡିଲିଟ କରି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା। ସେହିଭଳି ପୁଅ ଆତ୍ମହତ୍ୟା କରୁଛି ବୋଲି ସଂପୃକ୍ତ ଅଧ୍ୟାପିକା ଜଣକ କିଭଳି ଆଗରୁ ଜାଣି ପାରିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଅର ମୃତ୍ୟୁ ପାଇଁ ସେହି ଅଧ୍ୟାପିକାଙ୍କୁ ଦାୟୀ କରି ବୀରେନ କୁମାର ସାହୁ ଜଟଣୀ ଥାନାରେ ଏତଲା ଦେଇଥିବା ବେଳେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

Advertisment

ଏହି ଏତଲା ଆଧାରରେ ଜଟଣୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିକାଶଙ୍କ ମୋବାଇଲ୍ ଜବତ କରିବା ସହ ତାଙ୍କ ସାଙ୍ଗସାଥୀମାନଙ୍କୁ ପଚରାଉଚରା କରୁଛି।

Love Affair
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe