Advertisment

ଇଂଜିନିୟରିଂ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ

ଅଭିଷେକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ କଲେଜ କର୍ତ୍ତୃପକ୍ଷ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

DeadBody

ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ଜଣଙ୍କ ହେଲେ ଝାରଖଣ୍ଡ ରାଞ୍ଚିର ଅଭିଷେକ ରବି। ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି ।

Advertisment

ଗତକାଲି ଛାତ୍ର ଜଣଙ୍କ କଲେଜ ଛାତ ସିଢ଼ିରୁ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ଅଭିଷେକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ କଲେଜ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ୧୨ ତାରିଖରେ ଛାତ୍ର ଜଣଙ୍କ କଲେଜରେ ତାଙ୍କୁ ରାଗିଂ କରାଯାଉଥିବା ନେଇ  ଥାନାରେ ଅଭିଯୋଗ କରିଥିବା ସୂଚନା ରହିଛି। ତେବେ ଛାତ୍ରଙ୍କର ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗତ ୧୦ ତାରିଖରେ ଛାତ୍ର ଜଣଙ୍କ ଘରୋଇ ଇଂଜିନିୟରିଂ କଲେଜରେ ନାମ ଲେଖାଇଥିଲେ। 

Advertisment
Bhubaneswar Deadbody Students