Advertisment

ରାଗିଗଲେ ପ୍ରେମିକ, ବ୍ରେକ୍‌ଅପ୍‌ ପାଇଁ କାଟିଦେଲେ ପ୍ରେମିକାର ବେକ

ପ୍ରତିଶୋଧ ନେବାକୁ ଯାଇ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକାର ଗଳା କାଟି ଦେଲେ।

Murder

Murder

Advertisment

କଲେଜରେ ମନ ମିଶିଲା, ଆରମ୍ଭ ହେଲା ପ୍ରେମ । ହେଲେ ବେଶି ଦିନ ତିଷ୍ଠି ପାରିଲାନି ଏହି ମଧୁର ସମ୍ପର୍କ। ଆଉ ଖୁବ୍‌ କମ୍‌ ଦିନରେ ବ୍ରେକ୍‌ଅପ୍‌ ବି ହୋଇଗଲା। ମାତ୍ର ଏହାକୁ ପ୍ରେମିକଜଣକ ସହଜେ ଗ୍ରହଣ କରି ପାରିଲେନି। ପ୍ରତିଶୋଧ ନେବାକୁ ଯାଇ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକାର ଗଳା କାଟି ଦେଲେ।

Advertisment

ଏପରି ଏକ ଚାଞ୍ଚଲ୍ୟକର ଘଟଣା କର୍ଣ୍ଣାଟକର ହାସନ ଜିଲ୍ଲାରେ ଘଟିଛି। ମୃତା ଛାତ୍ରୀଜଣକ ୨୧ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ସୁଚିତ୍ରା ବୋଲି ଜଣାଯାଇଛି। ତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ପ୍ରେମିକଙ୍କୁ ବାନ୍ଧିଛି।

ସୁଚିତ୍ରା କର୍ଣ୍ଣାଟକର ଏକ କଲେଜରେ ଇଞ୍ଜିନିୟରିଂ ପଢ଼ୁଥିଲେ। ଉକ୍ତ କଲେଜରେ ପଢ଼ୁଥିବା ତେଜସଙ୍କ ସହ ତାଙ୍କ ପ୍ରେମ ସମ୍ପର୍କଆରମ୍ଭ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲା ନାହିଁ। ସମ୍ପର୍କରେ ତିକ୍ତତା ଆସିବାରୁ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଗଲା।

Advertisment

ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ଯାଇଥିବା ତେଜସ ସୁଚିତ୍ରାଙ୍କୁ ପାନେ ଦେବାକୁ ସ୍ଥିର କଲେ। ସୁଯୋଗ ଦେଖି ସେ ଦିନେ ସୁଚିତ୍ରାଙ୍କୁ ନିଛାଟିଆ ଜାଗାକୁ ଡାକିଥିଲେ। ଏହାପରେ ସେଠାରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ଏକ ଛୁରୀ ସାହାଯ୍ୟରେ ସୁଚିତ୍ରାଙ୍କ ବେକ କାଟି ଦେଇଥିଲେ ତେଜସ ।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍ ତୁରନ୍ତ ତେଜସଙ୍କୁ ଗିରଫ କରିଛି।

Murder Karnataka Love Betrayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe