Advertisment

ଦୁଇ କୋଟି ଠକି ଉତ୍ତରପ୍ରଦେଶରେ ମିକ୍ସଚର ଦୋକାନର ମାର୍କେଟିଂ କରୁଥିଲା

ଦୁବାଇରେ ଦେଢ଼ ବର୍ଷ ଧରି ରହିବା ପରେ ବିମାଳାନନ୍ଦ ଭୂୟାଁ ଭାରତ ଫେରି ଆସିଥିଲେ। କିନ୍ତୁ କୌଣସି ଗୋଟିଏ ସ୍ଥାନରେ ରହୁନଥିଲେ। ପତ୍ନୀଙ୍କଠାରୁ ଅଲଗା ରହୁଥିଲେ। ସେହି ସମୟରେ EOW ରମିଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା।

Crime

Crime

Advertisment

ପ୍ରଲୋଭ ଦେଖାଇ ଓଡ଼ିଶାରୁ ଦୁଇ କୋଟିରୁ ଅଧିକ ଟଙ୍କା ଲୁଟିଥିଲେ। ହେଲେ ଧରା ପଡିଯିବା ଭୟରେ ଛଦ୍ମ ବେଶ୍‌ରେ ଉତ୍ତରପ୍ରଦେଶରେ ଏକ ମିକ୍ସଚର ଦୋକାନରେ ମାର୍କେଟିଂ କାମ କରୁଥିଲା ମହାଠକ। ଏ ସମ୍ପର୍କରେ ଜାଣିପାରି ଓଡ଼ିଶା EOWର ଏକ ଗତ ୧୮ ତାରିଖରେ ମହାଠକକୁ ଗିରଫ କରିବାରେ ସଫଳ ହୋଇଛି। ପୂର୍ବରୁ ମହାଠକଙ୍କ ପତ୍ନୀଙ୍କୁ ମୁମ୍ୱାଇରୁ ଗରଫ କରିଥିଲା EOW।

Advertisment

ଗିରଫ ହୋଇଥିବା ମହାଠକ ହେଉଛନ୍ତି ବିମାଳାନନ୍ଦ ଭୂୟାଁ। ସେ ଏମ୍‌ବିଏ ପାଠ ପଢ଼ିଛନ୍ତି। ବିମାଳାନନ୍ଦ ଓ ତାଙ୍କ ପତ୍ନୀ ରମି ମିଶି ଗଢ଼ିଥିଲେ Quick click ad media ନାମକ ଏକ ସଂସ୍ଥା। ସେହି ସଂସ୍ଥା ମାଧ୍ୟମରେ ଉଭୟ ଠକିବା ପାଇଁ ଯୋଜନା କରିଥିଲେ। ଏଲ୍‌ଇଡି ଟିଭି କିଣିବା ପାଇଁ ଲୋକଙ୍କୁ ବିଭିନ୍ନ ଅଫର ଦେଇଥିଲେ। ସେହି ଲୋଭରେ ପଡ଼ିଯାଇଥିଲେ ବହୁ ଲୋକ। ଉଭୟ ଦମ୍ପତି ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ରାଉରକେଲା, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଠକେଇ କରିଥିଲେ। କେବଳ ଓଡ଼ିଶା ନୁହେଁ, ଦମ୍ପତି ଛତିଶଗଡ଼ ଶ୍ୟାମନଗର, ରାୟପୁର ଓ ଜଗଦଲପୁରରେ ଅଫିସ୍‌ ଖୋଲି ମଧ୍ୟ ଠକେଇ କରିଥିଲେ। ୨୦୧୭-୧୮ ମସିହାରେ ୧୦୦ରୁ ଅଧିକ ଲୋକଙ୍କଠାରୁ ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିଲେ। ହେଲେ କାହାରିକୁ ଦେଉନଥିଲେ ଏଲ୍‌ଇଡି। ଏପରିକି ନେଇଥିବା ଟଙ୍କା ଫେରାଇ ନଥିଲେ।

ଏନେଇ ବିକାଶ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତି EOWରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି EOW ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାମଲାରେ EOW ତଦନ୍ତ କରୁଥିବା ଜାଣିପାରି ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମି ଟଙ୍କା ଧରି ଚମ୍ପଟ ମାରିଥିଲେ। ୨୦୨୦ ମସିହା ପର୍ଯ୍ୟନ୍ତ ସେମାନେ EOWକୁ ଚକ୍‌ମା ଦେଇ ଦେଶର ବିଭିନ୍ନ ସ୍ଥାନରେ ଛଦ୍ମ ବେଶରେ ଘୂରି ବୁଲୁଥିଲେ। ପରବର୍ତ୍ତୀ ସମୟରେ ବିମାଳାନନ୍ଦ ଭୂୟାଁ ଦୁବାଇ ପଳାଇ ଯାଇଥିଲେ। ସେଠାରେ ଏମ୍ପାୟାର୍‌ ଗ୍ଲୋବାଲ କ୍ୟାପିଟାଲ୍‌ ନାଁରେ ଗୋଟିଏ କମ୍ପାନୀ ପ୍ରତିଷ୍ଠା କରିଥିଲେ।

Advertisment

ଦୁବାଇରେ ଦେଢ଼ ବର୍ଷ ଧରି ରହିବା ପରେ ବିମାଳାନନ୍ଦ ଭୂୟାଁ ଭାରତ ଫେରି ଆସିଥିଲେ। କିନ୍ତୁ କୌଣସି ଗୋଟିଏ ସ୍ଥାନରେ ରହୁନଥିଲେ। ପତ୍ନୀଙ୍କଠାରୁ ଅଲଗା ରହୁଥିଲେ। ସେହି ସମୟରେ EOW ରମିଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା। ସେ ଡୁପ୍ଲିକେଟ୍‌ ଆଧାର କାର୍ଡ କରି ଏକ ରିଏଲିଇଷ୍ଟେ କମ୍ପାନୀରେ କାମ କରୁଥିଲେ। ଗତ ମାର୍ଚ୍ଚ ମାସରେ EOW ତାଙ୍କୁ ଗିରଫ କରିଥିଲା।

ରମି ଗିରଫ ହେବାପରେ ବିମାଳାନନ୍ଦ ନାଁ ବଦଳାଇ ଲକ୍ଷ୍ମୌ ଇନ୍ଦିରା ନଗରରେ ଏକ ସ୍ନାକ୍ସ ଦୋକାନରେ ମାର୍କେଟିଂ କାମ କରୁଥିଲେ। ଏ ସମ୍ପର୍କରେ EOW ଜାଣିପାରି ଗତ ୧୮ ତାରିଖରେ ଲକ୍ଷ୍ମୌର ସେହି ସ୍ନାକ୍ସ ଦୋକାନରେ ଚଢ଼ଉ କରି ବିମାଳାନନ୍ଦ ଭୂୟାଁଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତା’ପରେ EOW ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଘଟଣାର ତଦନ୍ତ ଚଳାଉଛି। ଏନେଇ ସୂଚନା ଦେଇଛନ୍ତି EOW ଏସ୍‌ପି ଦିଲ୍ଲୀପ ତ୍ରିପାଠୀ।

Bhubaneswar Bhubaneswar News Crime EOW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe