Advertisment

ଚାକିରି ଦେବାକୁ କହି ଠକୁଥିଲା, ବିହାରରୁ ଧରିଲା EOW

ଧରମପାଲ୍‌ ୧୮ ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ ଆଶାୟୀଙ୍କଠାରୁ ସାଢ଼େ ୬ କୋଟି ଟଙ୍କାରୁ ଅଧିକ ଟଙ୍କା ଚୂନ ଲଗାଇଛି। ଚିଟ୍‌ଫଣ୍ଡ ଠକେଇ ଭଳି ଲୁଟ୍‌ ଟଙ୍କାରେ ତିଆରି କରୁଥିଲା ହୀନ୍ଦି ଫିଲ୍ମ।

author-image
Manoranjan Sial
EOW

EOW

ସାବଧାନ? ଓଡ଼ିଶାରେ ମାତିଛନ୍ତି ଚାକିରି ଜାଲିଆ। ନକଲି ୱେବସାଇଟ୍‌ ଖୋଲି ହଜାର ହଜାର ଚାକିରି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଚୂନା ଲଗାଉଛନ୍ତି। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଯୁବକ ଯୁବତୀଙ୍କୁ ଲୁଟିଛନ୍ତି। ଏମିତି ଜଣେ ଠକ ଧରାପଡ଼ିଛି। ସେ ହେଉଛି ଧରମପାଲ୍‌ ସିଂ।

Advertisment

ଧରମପାଲ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ଫିଜିକ୍ସରେ ବିଏସସି। ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ସଂସ୍ଥା ଖୋଲି ୧୮ଟି ରାଜ୍ୟରେ ଚାକିରି ଆଶାୟୀଙ୍କଠାରୁ ଲୁଟିଛି କୋଟି କୋଟି ଟଙ୍କା। ଶିକାର ହୋଇଛନ୍ତି ଦେଢ଼ ଲକ୍ଷ ଶିକ୍ଷିତ ଯୁବକ ଓ ଯୁବତୀ। ତା’ମଧ୍ୟରେ ରହିଛନ୍ତି ଓଡ଼ିଶାର ହଜାର ହଜାର ଚାକିରି ଆଶାୟୀ। ଏନେଇ ଅଭିଯୋଗ ହେବା ପରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)ର ଠକ ଧରମପାଲ୍‌କୁ ଧରିଛି। ଚାକିରି ନାଁରେ ଚଳୁ କରିଥିବା ଏହି ମାଷ୍ଟରମାଇଣ୍ଡକୁ ବିହାର ହାତୁଆରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାକୁ ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି।

ମିଳିଥିବା ସୂଚନା ଅନୁସାରେ ଧରମପାଲ୍‌ ୧୮ ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ ଆଶାୟୀଙ୍କଠାରୁ ସାଢ଼େ ୬ କୋଟି ଟଙ୍କାରୁ ଅଧିକ ଟଙ୍କା ଚୂନ ଲଗାଇଛି। ଚିଟ୍‌ଫଣ୍ଡ ଠକେଇ ଭଳି ଲୁଟ୍‌ ଟଙ୍କାରେ ତିଆରି କରୁଥିଲା ହୀନ୍ଦି ଫିଲ୍ମ।

Advertisment

ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନର ସେକ୍ରେଟାରୀ ହେଉଛି ଧରମପାଲ ସିଂ। ଯାହାର ଅଫିସ ଦିଲ୍ଲୀ, ମୁମ୍ବାଇ, ଭୋପାଳ ଓ ଡେରାଡୁନରେ ରହିଛି। ୧୮ଟି ରାଜ୍ୟର ଜିଲ୍ଲା ଗୁଡ଼ିକରେ ବ୍ଲକ କୋର୍ଡିନେଟର, କମ୍ପୁଟର ଅପରେଟର, ବ୍ଲକ ସର୍ଭେୟର ଆଦି ପଦବୀ ପାଇଁ ଅନ୍‌ଲାଇନ୍‌ ଓ ପ୍ରତିଷ୍ଠିତ ଖବରକାଗଜରେ ଦିଆଯାଉଥିଲା ବିଜ୍ଞାପନ। ଚାକିରି ଆଶାୟୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସରକାରୀ ଢାଞ୍ଚାରେ ସଂରକ୍ଷଣ ସୁବିଧା ସହ ଫି’ ରିହାତିର ବ୍ୟବସ୍ଥା ମଧ୍ୟ କରାଯାଉଥିଲା। ରୋଚକ କଥା ହେଉଛି, ଚାକିରି ନାଁରେ ହେଉଥିବା ଠକାମୀ ପ୍ରତି ସତର୍କ ରହିବାକୁ ମଧ୍ୟ ସଂସ୍ଥା ପକ୍ଷରୁ ସତର୍କ କରାଇ ଦିଆଯାଉଥିଲା। ସେ ସବୁ ବିଶ୍ୱାସ କରି ଅନଲାଇନ ପରୀକ୍ଷା ଦେଉଥିବା ଚାକିରି ଆଶାୟୀଙ୍କୁ ଜାଣିଶୁଣି ଫେଲ୍‌ କରି ଦିଆଯାଉଥିଲା। ଏଭଳି ଭାବେ ପିଲା ପିଛା ୩ ହଜାରରୁ ୫୦ ହଜାର ଟଙ୍କା ଯାଏଁ ଏହି ସଂସ୍ଥା ଚୂନା ଲଗାଉଥିଲା ତଦନ୍ତ ବେଳେ ଜଣାପଡ଼ିଛି।

ଚାକିରି ନାଁରେ ଏଭଳି ଠକେଇ ଗତ କିଛି ଦିନ ଭିତରେ ଲଗାତାର ସାମ୍ନାକୁ ଆସିଛି। ୨୦୨୨ ଡିସେମ୍ବର ୩୧ ତାରିଖରେ ୟୁପି ଆଲିଗଡ଼ରୁ ଗିରଫ ହୋଇଥିବା ଜାଫର ଅହମ୍ମଦ ୯ଟି ରାଜ୍ୟରେ ୫୦ ହଜାର ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଥିଲା। ୨୦୨୩ ମସିହା ଜାନୁୟାରୀ ୧୫ ତାରିଖରେ ମଧ୍ୟପ୍ରଦେଶରୁ ଗିରଫ ଅର୍ପିତ ପଞ୍ଚଲ ଓଡ଼ିଶାର ୨୨ ହଜାର ଚାକିରୀ ଆଶାୟୀଙ୍କୁ ଚୁନା ଲଗାଇ ବନ୍ଧା ହୋଇଥିଲା। ଆଉ ସରକାରୀ ଚାକିରି ଦେବା ନାଁରେ ଠକେଇ କରିଥିବା ରଞ୍ଜନ ନାୟକକୁ ଗତକାଲି ଗିରଫ କରିଥିଲା କମିଶନରେଟ ପୁଲିସ। ଯିଏ କେବେ ନିଜକୁ ଡାକ୍ତର, ଇଞ୍ଜିନିୟର, ପୁଲିସ ଦର୍ଶାଇ ଚାକିରି ଦେବା ନାଁରେ ଚୂନ ଲଗାଉଥିଲା। ଆଉ ସେହି ଟଙ୍କାରେ ତିଆରି କରିଥିଲା ଯାତ୍ରା ପାର୍ଟି।

Cyber Crime Cyber Fraud Cyber Lootera