/odisha-reporter/media/post_attachments/uploadimage/library/16_9/16_9_0/EOW_1695033155.jpg)
EOW
ମୁହଁ ବନ୍ଦ ପାଇଁ ଆରମ୍ଭ ହେଲା ପ୍ରୟାସ୍। ରାଜ୍ୟ ସରକାର ଓ ତଥାକଥିତ ମୁଖିଆଙ୍କୁ ବାରମ୍ୱାର ପ୍ରଶ୍ନ ପଚାରି ଅଡୁଆରେ ପକାଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଡୁଆ ବଢ଼ିଛି। ଆଜି ତାଙ୍କ ଦ୍ୱାରା ପରିଚାଳିତ ଖବରକାଗଜ ‘ସମ୍ୱାଦ’ ଭବନରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(EOW)। ତାହା ପୁଣି ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଚଢ଼ଉ ହୋଇଥିବା କୁହାଯାଉଛି।
ଆଜି ଅପରାହ୍ନ ପ୍ରାୟ ୧ଟା ହେବ। EOWର ୩ଟି ଟିମ୍ ଓ କମିଶନରେଟ୍ ପୁଲିସ୍ ମିଳିତ ଭାବେ ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାଗଜପତ୍ର, ବ୍ୟାଙ୍କ ପାସ୍ବୁକ୍ ଓ ନେଣଦେଣ ଉପରେ ଯାଞ୍ଚ କରୁଛି EOW ଟିମ୍। ଏ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା। ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ କ୍ରମେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ସମ୍ୱାଦର ଜଣେ ପୂର୍ବତନ କର୍ମଚାରୀ ଓକିଲ ମାଧ୍ୟମରେ EOWରେ ଅଭିଯୋଗ କରିଥିଲେ। ତାଙ୍କ ଅଜାଣତରେ ନକଲି ଆକାଉଣ୍ଟ ଖୋଲି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ସେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ EOW ‘ସମ୍ବାଦ’ର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ହାଜର ପାଇଁ ନୋଟିସ୍ କରିଥିଲା। ରବିବାର କମଳାକାନ୍ତ ମହାପାତ୍ର EOWରେ ହାଜର ହୋଇଥିଲେ। ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ହେଲେ ସେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ।
ତେବେ ଏ ନେଇ ସମ୍ବାଦ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
