Advertisment

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ଜଟଣୀ ପୌରପାଳିକାର ପୂର୍ବତନ ଆକାଉଣ୍ଟାଣ୍ଟ ଶରତ କୁମାର ଦାଶଙ୍କୁ ମଧ୍ୟ ଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ।

ଅଦ୍ୟତନ ହୋଇଛି
Jail

Jail

Advertisment

ରାଉରକେଲାର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଏରସମାର ବିଡିଓ ଥିବା କୈଳାସ ଚନ୍ଦ୍ର ବେହେରାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି। ଏହା ସହିତ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

୨୦୧୯ରେ ଜଣେ ବ୍ୟକ୍ତିଙ୍କ ଲିଜ୍ ଜମିକୁ ପ୍ରତ୍ୟାହାର କରି ନନେବା ତଥା ତାଙ୍କ ବିରୋଧରେ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୈଳାସ ଚନ୍ଦ୍ର ବେହେରା ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକାର ପୂର୍ବତନ ଆକାଉଣ୍ଟାଣ୍ଟ ଶରତ କୁମାର ଦାଶଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ୪ ବର୍ଷ ଜେଲଦଣ୍ଡା ଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ନ ଦେଲେ ତାଙ୍କୁ ଆଉ ୨ ମାସ ଜେଲରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୫ରେ ଏକ ରାସ୍ତା କାମର ଫାଇନାଲ୍ ବିଲ୍ କରି ଦେବା ପାଇଁ ଶରତ କୁମାର ଦାଶ ଜଣେ ଠିକାଦାରଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ସେହିପରି ଆଉ ଏକ ମାମଲାରେ ଶରତ କୁମାର ଦାସଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

Odisha Vigilance Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe