Advertisment

୬୦୦୦ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ, ଅବସର ନେବା ପରେ ମିଳିଲା ଜେଲ୍‌ ଦଣ୍ଡାଦେଶ

୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲ୍‌ ଦଣ୍ଡାଦେଶ ପାଇଛନ୍ତି।

Jail

Jail

Advertisment

ଢେଙ୍କନାଳ ଜିଲ୍ଲା ମୋଟଙ୍ଗା ଥାନାର ପୂର୍ବତନ ଏଏସ୍‌ଆଇ (ଅବସରପ୍ରାପ୍ତ) ମୂରଲୀଧର ପୃଷ୍ଟିଙ୍କୁ ୨ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏକ ଲାଞ୍ଚ ନେବା ମାମଲାରେ ଢେଙ୍କାନାଳ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍‌ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

୨ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ସହିତ ମୁରଲୀଧର ପୃଷ୍ଟିଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା ପକାଇଛନ୍ତି କୋର୍ଟ। ୨୦ ହଜାର ଟଙ୍କା ନଦେଲେ ତାଙ୍କୁ ଆଉ ୬ ମାସ ଜେଲ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ଭିଜିଲାନ୍ସ ପକ୍ଷରୁ ରୁଜୁ କରାଯାଇଥିବା ଆଉ ଏକ ମାମଲାରେ କୋର୍ଟ ମୁରଲୀଧର ପୃଷ୍ଟିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅର୍ଥ ପଇଠ ନକଲେ ତାଙ୍କୁ ଆଉ ୬ ମାସ ଜେଲ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ଏ ଦୁଇଟି ଯାକ ଜେଲ୍‌ ଦଣ୍ଡାଦେଶ ଏକକାଳୀନ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମୂରଲୀଧର ପୃଷ୍ଟି ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇସାରିଥିବାରୁ ତାଙ୍କ ପେନ୍‌ସନ୍ ବନ୍ଦ କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ କୁହାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

୨୦୧୭ ମସିହାରେ ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ଏକ ଟ୍ରକ୍‌କୁ ଛାଡ଼ିଦେବାକୁ ତତ୍‌କାଳୀନ ମୋଟଙ୍ଗା ଏଏସ୍‌ଆଇ ମୂରଲୀଧର ପୃଷ୍ଟି ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe