Advertisment

ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ, ୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ

୨୦୧୯ ମସିହାରେ ଭିଜିଲାନ୍ସ ତାଙ୍କ ନାଁରେ ଚର୍ଜଶିଟ ଦାଖଲ କରିଥିଲା।

jail

Jail

Advertisment

ଲାଞ୍ଚ ନେବା ମାମଲାରେ ଫୁଲବାଣୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜଣେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ନ ଦେଲେ ତାଙ୍କୁ ଆଉ ୩ ମାସ ଜେଲରେ ରହିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

Advertisment

ଲାଞ୍ଚ ନେଇ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ଏହି ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ନାଁ ଭାବଗ୍ରାହୀ ସାମନ୍ତରାୟ। ସେ ବୌଦ୍ଧ RWSS ରେ କାମ କରୁଥିଲେ। ସେ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏକ କାମର ଚୂଡ଼ାନ୍ତ ବିଲ୍ କରିଦେବା ପାଇଁ ଭାବଗ୍ରାହୀ ସାମନ୍ତରାୟ ଏହି ଲାଞ୍ଚ ମାଗିଥିଲେ। ୨୦୧୯ ମସିହାରେ ଭିଜିଲାନ୍ସ ତାଙ୍କ ନାଁରେ ଚର୍ଜଶିଟ ଦାଖଲ କରିଥିଲା। 

ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ପେନ୍‌ସନ୍ ବନ୍ଦ କରିବାକୁ ଉଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବ ଭିଜିଲାନ୍ସ।

Advertisment
Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe