Advertisment

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ଗିରଫ, ଠୁଳ କରିଛନ୍ତି ଆୟ ଠାରୁ ୨୬୮% ଅଧିକ ସମ୍ପତ୍ତି

ବ୍ରଜେନ୍ଦ୍ର କୁମାର ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରରେ ୫ଟି କୋଠା ରହିଛି।

author-image
Jitendra Garnayak
Brajendra Kumar Nayak

Brajendra Kumar Nayak

ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୨୬୮% ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବ୍ରଜେନ୍ଦ୍ର କୁମାର ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରରେ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀ ଓ ଶିଶୁପାଳଗଡ଼ରେ ତାଙ୍କର ଗୋଟିଏ ଲେଖାଏ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା କୋଠା ଅଛି। ସେହି ଦୁଇଟି ତିନି ମହଲା କୋଠା ମଧ୍ୟରୁ ଗୋଟିକର ମୂଲ୍ୟ ୧ କୋଟି ୪୫ ଲକ୍ଷ ଟଙ୍କା। ସେହିଭଳି ଲୁଇସ ରୋଡ୍‌ର ଗ୍ୟାରେଜ ଛକରେ ତାଙ୍କର ଆଉ ଗୋଟିଏ ତିନି ମହଲା କୋଠା ଅଛି।

ଏହା ବ୍ୟତୀତ ତାଙ୍କର ୭ଟି ପ୍ଲଟ ଅଛି। ସେଥିରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଥିବା ବେଳେ ଅନ୍ୟ ୫ଟି ନିମାପଡ଼ାରେ ରହିଛି। ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗୋରଡ଼ିରେ ତାଙ୍କର ଏକ ଫାର୍ମ ହାଉସ ରହିଛି। ନିମାପଡ଼ାରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି।

Advertisment

ବ୍ୟାଙ୍କ ଓ ବୀମା ଜମା ବାବଦକୁ ବ୍ରଜେନ୍ଦ୍ର କୁମାର ନାୟକ ୧ କୋଟି ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ତଦନ୍ତ ଜାରି ରହିଛି। 

Vigilance Raid Odisha Vigilance Vigilance Net Vigilance