Advertisment

କୋର୍ଟରେ IRS ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କଲେ ଶ୍ୱଶୁର

ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ଏହାର ସମାଧାନ ପାଇଁ ଉଭୟ ପକ୍ଷ ଆଜି ଚଣ୍ଡିଗଡ଼ ପରିବାର ଅଦାଲତରେ ପହଞ୍ଚିଥିଲେ।

Punjab

Punjab

Advertisment

ସର୍ବସମ୍ମୁଖରେ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଶ୍ୱଶୁର। ଚଣ୍ଡିଗଡ଼ ଜିଲ୍ଲା କୋର୍ଟ ପରିସରରେ ଶନିବାର ଅପରାହ୍ନରେ ଏପରି ଘଟଣା ଘଟିଛି। କୃଷି ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଆଇଆରଏସ ଅଧିକାରୀ ହରପ୍ରୀତ ସିଂହଙ୍କୁ ତାଙ୍କ ଶ୍ୱଶୁର ମାଲୱିନ୍ଦର ସିଂହ ସିଦ୍ଧୁ ଗୁଳି କରି ହତ୍ୟା କରିଛନ୍ତି। ମାଲୱିନ୍ଦର ସିଂହ ହେଉଛନ୍ତି ପଞ୍ଜାବ ପୁଲିସ୍‌ର ପୂର୍ବତନ ଅଧିକାରୀ।

Advertisment

ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ଏହାର ସମାଧାନ ପାଇଁ ଉଭୟ ପକ୍ଷ ଆଜି ଚଣ୍ଡିଗଡ଼ ପରିବାର ଅଦାଲତରେ ପହଞ୍ଚିଥିଲେ। ଦିନ ପ୍ରାୟ ୨ଟା ବେଳେ ମଧ୍ୟସ୍ଥି କେନ୍ଦ୍ରରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିଲା।

ଏହି ସମୟରେ ମାଲୱିନ୍ଦର ସିଂହ ୱାଶରୁମ ବ୍ୟବହାର ପାଇଁ ବାହାରକୁ ବାହାରିଥିଲେ। ତାଙ୍କୁ ବାଟ ଦେଖାଇବା ପାଇଁ ଜ୍ୱାଇଁ ହରପ୍ରୀତ ମଧ୍ୟ ବାହାରକୁ ଆସିଥିଲେ। ଉଭୟ ମଧ୍ୟସ୍ଥି କେନ୍ଦ୍ରରୁ ବାହାରିବା ପରେ ୫ଟି ଗୁଳି ମାଡ଼ର ଶବ୍ଦ ଶୁଭିଥିଲା।

Advertisment

ମାଲୱିନ୍ଦର ନିଜ ପାଖରେ ରଖିଥିବା ବନ୍ଧୁକରୁ ଏହି ଗୁଳି ଚାଳନା କରିଥିଲେ। ୫ଟି ଗୁଳିରୁ ୨ଟି ସିଧା ହରପ୍ରୀତଙ୍କ ଦେହରେ ବାଜିଥିଲା। ସେ ସେହି ସ୍ଥାନରେ ହିଁ ପଡ଼ି ଯାଇଥିଲେ।

ହରପ୍ରୀତ ତଳେ ପଡ଼ି ଥିବା ବେଳେ ତାଙ୍କ ସହ ଥିବା ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଚିତ୍କାର କରି ହରପ୍ରୀତଙ୍କ ଦେହରେ ଗୁଳି ବାଜିଛି। ଦୟା କରି ତାଙ୍କୁ ହସ୍ପିଟାଲ ନେଇ ଯାଅ ବୋଲି କହୁଥିବା ଶୁଣିବାକୁ ମିଳୁଛି।

କୋର୍ଟ ପରିସରରେ ଉପସ୍ଥିତ ଥିବା କିଛି ଓକିଲ ଅଭିଯୁକ୍ତଙ୍କୁ କାବୁ କରିବା ସହ ଗୋଟିଏ ରୁମରେ ତାଙ୍କୁ ଲକ କରିଦେଇଥିଲେ। ଏହାପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସହାୟତାରେ ହରପ୍ରୀତଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ ଏବେ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ପାରିବାରିକ ବିବାଦ ନା ଏହା ପଛରେ ଆଉ କ’ଣ କାରଣ ରହିଛି, ସେକଥା ପୁଲିସ୍‌ ଜାଣିବାକୁ ଚେଷ୍ଟା କରୁଛି।

Punjab Chandigarh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe