Advertisment

କ୍ରିକେଟର୍‌ରୁ କନ୍‌ମ୍ୟାନ୍‌, ପନ୍ତଙ୍କ ଠାରୁ ବି ଠକି ନେଲେ ୧.୬୩ କୋଟି

ହରିୟାଣା ତରଫରୁ ୧୯ ବର୍ଷରୁ କମ୍‌ ବୟସ୍କ କ୍ରିକେଟ୍‌ ଟିମ୍‌ରେ ଖେଳିଥିବା ମୃଣାଙ୍କ ସିଂହ ‘ଆଇପିଏଲ୍‌’ରେ ମୁମ୍ବାଇ ଇଣ୍ଡିଆନ୍‌ସ୍‌ର ପ୍ରତିନିଧିତ୍ୱ କରୁଥିଲେ ‌ବୋଲି ଦାବି କରିଛନ୍ତି।

Ex-cricketer arrested

Ex-cricketer arrested

Advertisment

କ୍ରିକେଟର୍‌ରୁ ସାଜିଲେ କନ୍‌ମ୍ୟାନ୍‌। ଲଗ୍‌ଜୁରୀ ଲାଇଫ ବଞ୍ଚିବା ପାଇଁ ଆପଣାଇଲେ ଠକେଇର ରାସ୍ତା। କୋଟି କୋଟି ଟଙ୍କାର କଲେ ଠକେଇ। ଶେଷରେ ବାନ୍ଧିଲା ପୁଲିସ। ମୁମ୍ବାଇର ତାଜ୍‌ ପାଲେସ୍‌ ସମେତ ଏକାଧିକ ବିଳାସମୟ ହୋଟେଲ୍‌ଗୁଡ଼ିକୁ ଠକିଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ ପୁଲିସ ଜଣେ ୨୫ ବର୍ଷିୟ ପୂର୍ବତନ କ୍ରିକେଟ୍‌ ଖେଳାଳିଙ୍କୁ ଗିରଫ କରିଛି।

Advertisment

ଲଗ୍‌ଜୁରୀ ଲାଇଫ ବଞ୍ଚିବାର ସଉକ ରଖିଥିବା ପୂର୍ବତନ କ୍ରିକେଟର ମୃଣାଙ୍କ ସିଂହ ଅନେକ ବଡ ବଡ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କର ଏହି ଲିଷ୍ଟର ଭାରତୀୟ କ୍ରିକେଟର୍‌ ଋଷଭ ପନ୍ତ ନାଁ ମଧ୍ୟ ସାମିଲ ଅଛି। ଅଭିଯୁକ୍ତ ମୃଣାଙ୍କ ପନ୍ତଙ୍କ ଠାରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଠକି ନେଇଛନ୍ତି।

ଅନେକ ସ୍ଥାନରେ ମୃଣାଙ୍କ ନିଜକୁ ଜଣେ କ୍ରିକେଟର ଓ କର୍ଣ୍ଣାଟକର ଜଣେ ବରିଷ୍ଠ ପୁଲିସ ଅଧିକାରୀର ପରିଚୟ ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ପୁଲିସ କହିଛି। କ୍ରିକେଟର ପନ୍ତଙ୍କ ସମେତ ଅନେକ ଲୋକଙ୍କୁ ସେ ଧୋକା ଦେଇଛନ୍ତି। ତଦନ୍ତରୁ ଜଣାପଡିଛି ଯେ, ୨୦୨୦ରୁ ୨୦୨୧ ମଧ୍ୟରେ ମୃଣାଙ୍କ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତଙ୍କ ଠାରୁ ୧.୬୩ କୋଟି ଟଙ୍କା ଠକି ନେଇଥିଲେ। ସେହିପରି, ଅନେକ କ୍ୟାବ୍‌ ଡ୍ରାଇଭର୍‌, ଯୁବତୀ, ବାର୍‌, ରେଷ୍ଟୁରାଣ୍ଟରୁ ମଧ୍ୟ ସେ ଠକେଇ କରିଛନ୍ତି। ବର୍ତ୍ତମାନ ପୁଲିସ ଏହି ମାମଲାର ଯାଞ୍ଚ ଜାରି ରଖିଛି।

Advertisment

ସେହିପରି ୨୦୨୨ ଜୁଲାଇରେ ଅଭିଯୁକ୍ତ ପୂର୍ବତନ କ୍ରିକେଟ୍‌ ଖେଳାଳି ମୃଣାଙ୍କ ସିଂହ ଦିଲ୍ଲୀ ସ୍ଥିତ ହୋଟେଲ୍‌ ତାଜ୍‌ ପାଲେସ୍‌ରେ ୫.୫ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଗତ ବର୍ଷ ଜୁଲାଇ ମାସରେ ମୃଣାଙ୍କଙ୍କ ସିଂହ ସପ୍ତାହେ ଧରି ତାଜ ହୋଟେଲ୍‌ରେ ରହିଥିଲେ। ମାତ୍ର ଭଡ଼ା ବାବଦକୁ ୫,୫୩,୩୬୨ ଟଙ୍କା ନ ଦେଇ ସେ ଫେରାର ହୋଇଯାଇଥିଲେ। ପଚାରିବାରୁ ସେ କହିଥିଲେ ଯେ, ତାଙ୍କ ‘ସ୍ପନ୍‌ସରର୍‌’ ‘ଆଡିଡାସ୍‌’ ବିଲ୍‌ ପୈଠ କରିବ। ହୋଟେଲ୍‌ କର୍ମଚାରୀମାନେ ମୃଣାଙ୍କଙ୍କୁ ହୋଟେଲ୍‌ର ବ୍ୟାଙ୍କ୍‌ ଡିଟେଲ୍‌ ଦେବା ପରେ ସେ ୨ ଲକ୍ଷ ଟଙ୍କା ପୈଠ କରାଯାଇଥିବାର ଏକ ‘ଟ୍ରାଞ୍ଜାକ୍‌ସନ୍‌ ଆଇ.ଡି.’ ଦେଲେ। କିନ୍ତୁ, ହୋଟେଲ୍‌ ଟ୍ରାଞ୍ଜାକ୍‌ସନ୍‌ ବ୍ୟବସ୍ଥାରେ କୌଣସି ପେମେଣ୍ଟ୍‌ ହୋଇ ନ ଥିବା କଥା ସେମାନେ ପରେ ଜାଣିଲେ। ଫୋନ୍‌ କରିବାରୁ ମୃଣାଳଙ୍କ କହିଲେ ଯେ, ଡ୍ରାଇଭର୍‌ ହାତରେ ନଗଦ ଟଙ୍କା ପଠାଇ ସେ ବିଲ୍‌ ପୈଠ କରିଦେବେ। କିନ୍ତୁ, ସେ ତାହା କଲେ ନାହିଁ।

ମୃଣାଙ୍କଙ୍କ ଠିକଣାରେ ପୁଲିସ ନୋଟିସ ପଠାଇଲେ ବି ତାହା ପହଞ୍ଚିନଥିଲା। ଫୋନ୍‌ ବନ୍ଦ କରି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ମୃଣାଙ୍କଙ୍କ ଅବସ୍ଥିତି ଜାଣିବା ପୁଲିସ ପକ୍ଷେ କଷ୍ଟକର ହୋଇଥିଲା। ପରେ ସେ ଦେଶ ବାହାରକୁ ଚାଲିଯାଇ ପାରନ୍ତି ଆଶଙ୍କା କରି ତାଙ୍କୁ ଗିରଫ କରିବା ଲାଗି ପୁଲିସ ତାଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କ୍ୟୁଲାର୍‌ ଜାରି କରିଥିଲା।

ତେବେ ହଂକଂ ପଳାଇଯିବାକୁ ଉଦ୍ୟମ କରୁଥିବା ବ‌େଳେ ଦିଲ୍ଲୀର ‘ଆଇଜିଆଇ’ ବିମାନ ବନ୍ଦରରେ ମୃଣାଙ୍କ ସିଂହଙ୍କୁ ପୁଲିସ ଗିରଫ କରିଛି। ବିମାନ ବନ୍ଦରରେ ସେ କର୍ଣ୍ଣାଟକର ଅତିରିକ୍ତ ପୁଲିସ ମହାନିର୍ଦେଶକ ଆଲୋକ କୁମାର ବୋଲି ପରିଚୟ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ହରିୟାଣା ତରଫରୁ ୧୯ ବର୍ଷରୁ କମ୍‌ ବୟସ୍କ କ୍ରିକେଟ୍‌ ଟିମ୍‌ରେ ଖେଳିଥିବା ମୃଣାଙ୍କ ସିଂହ ‘ଆଇପିଏଲ୍‌’ରେ ମୁମ୍ବାଇ ଇଣ୍ଡିଆନ୍‌ସ୍‌ର ପ୍ରତିନିଧିତ୍ୱ କରୁଥିଲେ ‌ବୋଲି ଦାବି କରିଛନ୍ତି।

Rishabh Pant Delhi Police Conman Ex-cricketer Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe