/odisha-reporter/media/post_attachments/uploadimage/library/16_9/16_9_0/IMAGE_1687515079.jpeg)
Jayanti Behera
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୪୫% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
Advertisment
ଭୁବନେଶ୍ୱରରେ ଜୟନ୍ତୀ ବେହେରାଙ୍କର ୨ଟି ୩ ମହଲା କୋଠା, ଗୋଟିଏ ୨ ମହଲା କୋଠା ଓ ୨ଟି ତିନି ବିଏଚ୍କେ ଫ୍ଲାଟ ରହିଛି। ସେହିପରି ବାଲେଶ୍ୱରରେ ତାଙ୍କର ୮ଟି ପ୍ଳଟ ରହିଛି।
ଜୟନ୍ତୀଙ୍କ ଠାରୁ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ସହିତ ୧ କୋଟି ୬୧ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ଠାବ କରାଯାଇଛି। ତାଙ୍କର ଗୋଟିଏ ୪ ଚକିଆ ଯାନ ଓ ୨ଟି ଦୁଇ ଚକିଆ ଯାନ ରହିଛି। ତାଙ୍କ ଠାରୁ ୨କେଜି ୧୧୨ ଗ୍ରାମ ରୁପା ଅଳଙ୍କାର ସହିତ ୭ ଲକ୍ଷ ୩୯ ହଜାର ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଘରୋଇ ଉପକରଣ ପାଇଛି ଭିଜିଲାନ୍ସ।
Advertisment
ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
