Advertisment

ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଗିରଫ; ଠାବ ହୋଇଛି ପୁଳା ପୁଳା ସଂପତ୍ତି

ଜୟନ୍ତୀ ତାଙ୍କ ଆୟ ଠାରୁ ୧୪୫% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Jayanti Behera

Jayanti Behera

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୪୫% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ଭୁବନେଶ୍ୱରରେ ଜୟନ୍ତୀ ବେହେରାଙ୍କର ୨ଟି ୩ ମହଲା କୋଠା, ଗୋଟିଏ ୨ ମହଲା କୋଠା ଓ ୨ଟି ତିନି ‍‍ବିଏଚ୍‌କେ ଫ୍ଲାଟ ରହିଛି। ସେହିପରି ବାଲେଶ୍ୱରରେ ତାଙ୍କର ୮ଟି ପ୍ଳଟ ରହିଛି।

ଜୟନ୍ତୀଙ୍କ ଠାରୁ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ସହିତ ୧ କୋଟି ୬୧ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ଠାବ କରାଯାଇଛି। ତାଙ୍କର ଗୋଟିଏ ୪ ଚକିଆ ଯାନ ଓ ୨ଟି ଦୁଇ ଚକିଆ ଯାନ ରହିଛି। ତାଙ୍କ ଠାରୁ ୨କେଜି ୧୧୨ ଗ୍ରାମ ରୁପା ଅଳଙ୍କାର ସହିତ ୭ ଲକ୍ଷ ୩୯ ହଜାର ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଘରୋଇ ଉପକରଣ ପାଇଛି ଭିଜିଲାନ୍ସ।

Advertisment

ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

Odisha Vigilance Raid Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe