/odisha-reporter/media/post_attachments/uploadimage/library/16_9/16_9_0/Jail_1694433614.jpg)
Jail
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ଆର୍ଡବ୍ଳ୍ୟୁ ଡିଭିଜନର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ତାଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମାନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ଅବସରପ୍ରାପ୍ତ ଯନ୍ତ୍ରୀ ସୀମାଦ୍ରି ନାୟକଙ୍କ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଛି। ତାଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ତା’ ସହିତ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ସୀମାଦ୍ରି ନାୟକଙ୍କ ପେନ୍ସନ୍ ବନ୍ଦ କରିବାକୁ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
The Hon’ble Court
sentenced Sri Simadri Nayak to 3 yrs jail & fine of Rs.10,00,000/- &
Smt. Laxmi Nayak to 1 yr jail & fine of Rs.2,00,000/-.
Odisha Vigilance will now move the competent authority for stoppage of pension of Sri S. Nayak, Ex-E. E (Retd) following his conviction.— Odisha Vigilance (@OdishaVigilance) December 11, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
