Advertisment

୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ, ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଚତୁର୍ଭୁଜ ଖମାରୀ ଆଜି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନ୍ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ଅଧିକାରୀଙ୍କ ନିକଟରେ ଅପିଲ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

author-image
Jitendra Garnayak
Jail

Jail

ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଇଓ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣି ଚତୁର୍ଭୁଜ ଖମାରୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଭିଜିଲାନ୍ସ କୋର୍ଟ। ଏହା ସହିତ ତାଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଜୋରିମାନା ଅର୍ଥ ନ ଦେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଆଉ ୩ ମାସ ଜେଲ୍‌ରେ ରଖାଯିବ।

Advertisment

୨୦୧୯ରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚତୁର୍ଭୁଜ ଖମାରୀ। ପେନସନ କାମକୁ ନେଇ ସେ ଏହି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

ଚତୁର୍ଭୁଜ ଖମାରୀ ଆଜି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନ୍ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ଅଧିକାରୀଙ୍କ ନିକଟରେ ଅପିଲ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ନିକଟରେ ୯ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୬ ଜଣଙ୍କର ପେନସନକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି ଦେଲେ ବାକି ୮ ଜଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସରକାର ଏଭଳି ପଦକ୍ଷେପ ନେଇଥିଲେ।

Vigilance Raid Odisha Vigilance Vigilance Net Vigilance