/odisha-reporter/media/post_attachments/uploadimage/library/16_9/16_9_0/Saroj_Das_1697957270.jpg)
Saroj Das
ପୁଣି ଆତଙ୍କ ଖେଳାଇଲେ କଟକ ଜିଲ୍ଲା ବାଙ୍କୀର ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ। ତାଙ୍କ କାତି ଚୋଟରେ ଆହତ ହୋଇଛନ୍ତି ବାଙ୍କୀ ଥାନା ଏସ୍ଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଲ ଉତ୍ତମ କର।
ସରୋଜ ଆଜି ସକାଳେ କାତି ଧରି ଆଦିମାତା ଛକ ନିକଟରେ ଆତଙ୍କ ଖେଳାଇଥିବା ବେଳେ ତାଙ୍କୁ କାବୁ କରିବାକୁ ଯାଇଥିଲେ ଏସ୍ଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଲ ଉତ୍ତମ କର। ତେବେ ସରୋଜ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେମାନେ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଏହା ପୂର୍ବରୁ ଗତ ମାସରେ ଏହି ଯବାନ ଜଣଙ୍କ ଏଭଳିକାଣ୍ଡ କରିଥିଲେ। ରାସ୍ତାରେ ଖଣ୍ଡା ଓ ହାତୁଡ଼ି ଧରି ବୁଲିଥିଲେ। ସେତେବେଳେ ମଧ୍ୟ ତାଙ୍କୁ କାବୁ କରିବାକୁ ଯାଇ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଏମିତିକି ଗୋଟିଏ ଥର ବାଙ୍କୀ ଥାନାର ଜଣେ ମହିଳା ଏସ୍ଆଇ ଆହତ ହୋଇଥିଲେ।
ଅବସରପ୍ରାପ୍ତ ଯବାନ ସରୋଜ ଦାସ ବାରମ୍ବାର ହାତରେ ମାରଣାସ୍ତ୍ର ଧରି ସର୍ବସାଧାରଣରେ ଆତଙ୍କ ଖେଳାଉଥିବା ବେଳେ, କାହିଁକି ତାକୁ ପୁଲିସ୍ ଗିରଫ କରୁ ନାହିଁ ବୋଲି ପ୍ରଶ୍ନ ଉଠୁଛି। ସେ କାହିଁକି ଏମିତି ଆତଙ୍କ ସୃଷ୍ଟି କରୁଛନ୍ତି, ତାହା ବି ଜଣାପଡ଼ିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
