Advertisment

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଆଶ୍ୱସ୍ତି, ଜାମିନ ମଞ୍ଜୁର କଲେ ହାଇକୋର୍ଟ

୧୯୯୫ ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ୱରରେ ନିଜ ସରକାରୀ ବାସଭବନରେ ରାମମୂର୍ତ୍ତି ଗମାଙ୍ଗ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

author-image
Jitendra Garnayak
Rammurty Gamang

Rammurty Gamang

ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଭୁବନେଶ୍ୱର ଏଡିଜେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଛି ଆଶ୍ୱସ୍ତି। ଶୁକ୍ରବାର ତାଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ। ତଳ କୋର୍ଟଙ୍କ ରାୟକୁ ରାମମୂର୍ତ୍ତି ଗମାଙ୍ଗ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Advertisment

୧୯୯୫ ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ୱରରେ ନିଜ ସରକାରୀ ବାସଭବନରେ ରାମମୂର୍ତ୍ତି ଗମାଙ୍ଗ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ଘଟିବାର ୨୮ ବର୍ଷ ପରେ ଭୁବନେଶ୍ୱର ଏଡିଜେ ଗତ ଜୁନ୍ ମାସରେ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦାଣ୍ଡାଦେଶ ଶୁଣାଇଥିଲେ। ତା’ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜୋରିମାନା ଅର୍ଥ ନଦେଲେ ତାଙ୍କୁ ଆଉ ୬ ମାସ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କହିଥିଲେ କୋର୍ଟ। ଏହି ଜୋରିମାନା ଅର୍ଥ ନଦେଇ ପାରିଲେ ତାଙ୍କୁ ଆଉ ୩ ମାସ ଜେଲ୍‌ରେ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

୧୯୯୦ରେ ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ମସିହାରେ ବିଜେପି ଟିକେଟରେ ଦ୍ୱିତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Advertisment
Odisha Highcourt EX MLA