Advertisment

ବେଲରେ ମୁକୁଳିଥିବା ମଡେଲଙ୍କୁ ହୋଟେଲରେ ହତ୍ୟା! ସିସିଟିଭିରେ ରହିଛି ଏମିତି ଦୃଶ୍ୟ

ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲରେ ପୂରା ଘଟଣା ଘଟିଛି। ହୋଟେଲର ମାଲିକ ଅଭିଜିତ ସିଂହ ମଡେଲ ଦିବ୍ୟା ପାହୂଜାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Gurgram

Gurgram

Advertisment

ରହସ୍ୟଜନକ ଭାବେ ଗୁରୁଗ୍ରାମର ଗୋଟିଏ ହୋଟେଲରେ ଜଣେ ୨୭ ବର୍ଷୀୟ ମଡେଲଙ୍କ ମୃତ୍ୟୁ ହୋଇଛି। ବର୍ଷକ ତଳେ ଏହି ଯୁବତୀ ଜଣଙ୍କ ଜେଲରୁ ମୁକୁଳିଥିଲେ। ତାଙ୍କର ମୃତ୍ୟୁ କେମିତି ହୋଇଛି, ସେକଥା ଜଣାପଡ଼ିନି। କିନ୍ତୁ ତାଙ୍କ ମୃତଦେହକୁ ହୋଟେଲ ମାଲିକ ଓ ତାଙ୍କର କିଛି ସହଯୋଗୀ ଘୋଷାଡି ଘୋଷାଡ଼ି ରୁମରୁ ବାହାରକୁ ନେଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲରେ ପୂରା ଘଟଣା ଘଟିଛି। ହୋଟେଲର ମାଲିକ ଅଭିଜିତ ସିଂହ ମଡେଲ ଦିବ୍ୟା ପାହୂଜାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣାର ତଦନ୍ତ କରି ଗୁରୁଗ୍ରାମ କ୍ରାମଇବ୍ରାଞ୍ଚ ଅଭିଜିତ ଓ ତାଙ୍କର ଦୁଇ ସହଯୋଗୀ ପ୍ରକାଶ ଓ ଇନ୍ଦ୍ରାଜଙ୍କୁ ଗିରଫ କରିଛି। ପ୍ରକାଶ ଓ ଇନ୍ଦ୍ରାଜ ଉକ୍ତ ହୋଟେଲରେ କାମ କରନ୍ତି।

Advertisment

କୁହାଯାଉଛି ଯେ ଅଭିଜିତ ଓ ତାଙ୍କର ଦୁଇ ସହଯୋଗୀ ପ୍ରଥମେ ଦିବ୍ୟାଙ୍କୁ ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଅନ୍ୟତ୍ର ଫିଙ୍ଗିବା ପାଇଁ କିଛି ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଘଟଣା ଦିନ ଅଭିଜିତ ଓ ତାଙ୍କର ସହଯୋଗୀମାନେ ଦିବ୍ୟାଙ୍କ ମୃତଦେହ BMW କାରର ଡିକରେ ରଖି ଚାଲିଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସିସିଟିଭିରେ ଥିବା ଦୃଶ୍ୟ ଅନୁଯାୟୀ, ମଙ୍ଗଳବାର ଅର୍ଥାତ ଜାନୁଆରୀ ୨ରେ ଅଭିଜିତ, ଦିବ୍ୟା ଓ ଆଉ ଜଣେ ବ୍ୟକ୍ତି ହୋଟେଲରେ ପହଞ୍ଚିଥିଲେ। ଭୋର ୪ଟାରେ ସେମାନେ ପହଞ୍ଚିବା ପରେ ରୁମ ନମ୍ବର ୧୧୧ ଆଡ଼େ ଯାଇଥିଲେ।

ସେହିଦିନ ବିଳମ୍ବିତ ରାତିରେ ଅଭିଜିତ ଓ ଅନ୍ୟ ଦୁଇ ସହଯୋଗୀ ଦିବ୍ୟାଙ୍କ ମୃତଦେହ ରୁମରୁ ବେଡଶିଟରେ ଘୋଡ଼ା ଯାଇଥିବା ଅବସ୍ଥାରେ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇଥିଲେ। ମଙ୍ଗଳବାର ରାତି ପ୍ରାୟ ୧୦.୪୫ରେ ସେମାନେ ମୃତଦେହକୁ ହୋଟେଲ ବାହାରେ ରଖାଯାଇଥିବା BMW ନିକଟକୁ ନେଉଥିବା ଦୃଶ୍ୟ ସିସିଟିଭିରେ ରହିଛି।

ଗୁରୁଗ୍ରାମ ପୁଲିସ୍‌ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। କ୍ରାଇମବ୍ରାଞ୍ଚର ଏକାଧିକ ଟିମ ପଞ୍ଜାବ ଓ ଅନ୍ୟାନ୍ୟ ସ୍ଥାନରେ ମୃତଦେହକୁ ଠାବ କରିବା ପାଇଁ ରେଢ ମଧ୍ୟ କରିଥିଲା। ଶେଷରେ ଦିବ୍ୟାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଅଭିଜିତ ଓ ଅନ୍ୟମାନଙ୍କ ନାଁରେ ମାମଲା କରିଥିଲା।

ଦିବ୍ୟାଙ୍କ ଭଉଣୀ କରିଥିବା ଅଭିଯୋଗରେ କହିଥିଲେ ଯେ ଜାନୁଆରୀ ୨ରେ ଦିବ୍ୟା ଦିଲ୍ଲୀ ବ୍ୟବସାୟୀ ତଥା ଗୁରୁଗ୍ରାମରେ ଥିବା ହୋଟେଲର ମାଲିକ ଅଭିଜିତଙ୍କ ସହ ଯାଇଥିଲେ। ଜାନୁଆରୀ ୨ ତାରିଖ ସକାଳ ଯାଏ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ ଦିବ୍ୟା। କିନ୍ତୁ କିଛି ସମୟ ପରେ ତାଙ୍କ ଫୋନ ନଟରିଚେବୁଲ ହୋଇଯାଇଥିଲା।

ଦିବ୍ୟାଙ୍କ ଭଉଣୀ ଉପାୟଶୂନ୍ୟ ହୋଇ ଅଭିଜିତଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଦିବ୍ୟାଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ଦେଇ ନଥିଲେ। ଏନେଇ ଦିବ୍ୟାଙ୍କ ଭଉଣୀ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଦିବ୍ୟାଙ୍କ ମୃତଦେହକୁ ହୋଟେଲ ବାହାରକୁ ନିଆଯାଉଥିବା ଦୃଶ୍ୟ ପୁଲିସ ଜାଣିବାକୁ ପାଇଥିଲା।

ଦିବ୍ୟା ହେଉଛନ୍ତି ୨୦୧୬ ମସିହା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲି ଫେକ ଏନକାଉଣ୍ଟର ମାମଲାର ମୁଖ୍ୟ ଅଭିଯୁକ୍ତ। ଏଥିପାଇଁ ସେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ଜେଲରେ ପ୍ରାୟ ୭ ବର୍ଷ ରହିବା ପରେ ସେ ଗତବର୍ଷ ଜୁନ ମାସରେ ଜାମିନରେ ମୁକୁଳିଥିଲେ।

ଦିବ୍ୟାଙ୍କ ପରିବାର ଲୋକ ସେମାନଙ୍କ ଅଭିଯୋଗରେ କହିଛନ୍ତି ଯେ ଦିବ୍ୟାଙ୍କ ହତ୍ୟା ପଛରେ ସନ୍ଦୀପଙ୍କ ଭଉଣୀ ସୁଦେଶ କଟାରିଆ ଓ ଭାଇ ବ୍ରହ୍ମ ପ୍ରକାଶଙ୍କ ହାତ ରହିଛି। ଏହି ଦୁଇ ଜଣ ଅଭିଜିତଙ୍କ ସହ ମିଶି ଦିବ୍ୟାଙ୍କୁ ହତ୍ୟା କରିଛନ୍ତି। ଅଭିଯୋଗ ପରେ ପୁଲିସ ହୋଟେଲ ମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

ଦିବ୍ୟା ଏକଦା ସନ୍ଦୀନଙ୍କ ଗାର୍ଲଫ୍ରେଣ୍ଡ ଥିଲେ। ୨୦୧୬ରେ ଅତ୍ୟନ୍ତ ବିବାଦୀୟ ଢଙ୍ଗରେ ମୁମ୍ବାଇରେ ସନ୍ଦୀପ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ଦିବ୍ୟା ହିଁ ସନ୍ଦୀପଙ୍କୁ ନିଜ ସୁନ୍ଦରତାରେ ଫସାଇ ହତ୍ୟା କରିଥିବା କୁହାଯାଇଥିଲା।

ସନ୍ଦୀପଙ୍କ ହତ୍ୟା ଘଟଣାରେ ଦିବ୍ୟା ଗିରଫ ହୋଇ ଜେଲ ଯାଇଥିଲେ। ଗତବର୍ଷ ଜୁନରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ସେ ମୁକୁଳିଥିଲେ। ଦିବ୍ୟା, ତାଙ୍କ ମା’ ଓ ୫ ଜଣ ପୁଲିସ୍‌ ମିଳିତ ଭାବେ ସନ୍ଦୀପଙ୍କୁ ଫେକ ଏନକାଉଣ୍ଟରରେ ହତ୍ୟା କରିଥିଲେ ବୋଲି ମାମଲା ମଧ୍ୟ ହୋଇଥିଲା। ୨୦୧୬ ମସିହା ଫେବୃଆରୀ ୬ରେ ଅତ୍ୟନ୍ତ ବିବାଦୀୟ ଢଙ୍ଗରେ ଗୋଟିଏ ହୋଟେଲ ଭିତରେ ସନ୍ଦୀପଙ୍କୁ ଗୁଳି କରାଯାଇଥିଲା। ଦିବ୍ୟା ପ୍ରାୟ ୭ ବର୍ଷ ଜେଲରେ ରହିବା ପରେ ଶେଷରେ ଜାମିନ ପାଇଥିଲେ।

Killers Young Life Lost
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe