Advertisment

ପୁଣି ଡିଜିଟାଲ ଆରେଷ୍ଟ: ଫସିଗଲେ ପୂର୍ବତନ ନୌସେନା ଅଧିକାରୀ, ଚାଲିଗଲା ୧ କୋଟିରୁ ଅଧିକ ଟଙ୍କା

କିଛି ଦିନ ତଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳର କୁଳପତି ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୪ ଲକ୍ଷ ଟଙ୍କା ହରାଇଥିଲେ।

Cyber Fraud

Cyber Fraud

Advertisment

ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ଲୋକଙ୍କୁ ଠକି ଟଙ୍କା ଲୁଟିବା ପାଇଁ ସାଇବର ଲୁଟେରାମାନେ ଏହି ଶବ୍ଦର ବ୍ୟବହାର କରି ଆସୁଛନ୍ତି। ଆଉ ଏନେଇ ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ ଲୋକମାନେ ସେମାନଙ୍କ ଜାଲରେ ଫସି ଯାଉଛନ୍ତି। ଅଶିକ୍ଷିତ ନୁହେଁ, ବହୁ ବଡ଼ ବଡ଼ ଶିକ୍ଷିତ ଲୋକ ମଧ୍ୟ ଡିଜିଟାଲ ଆରେଷ୍ଟ ଭୟରେ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ହରାଉଛନ୍ତି। ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ପୁଣି ଘଟିଛି।

Advertisment

କିଛି ଦିନ ତଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡିଜିଟାଲ ଠକେଇର ଶିକାର ହୋଇଥିବା ବେଳେ ଏବେ ଜିଲ୍ଲାର ଜଣେ ପୂର୍ବତନ ନୌସେନା ଅଧିକାରୀ ଇ. ଯୁଧିଷ୍ଠିର ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ସାଇବର ଠକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୮ ଲକ୍ଷ ଟଙ୍କା ଚଳୁ କରି ଦେଇଛନ୍ତି।

ଡିଜିଟାଲ ଆରେଷ୍ଟ ଠକେଇର ଶିକାର ହୋଇଥିବା ଏହି ପୂର୍ବତନ ନୌସେନା ଅଧିକାରୀଙ୍କ ଘର ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁରରେ। ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ତାଙ୍କ ପାଖକୁ ଏକ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଇଡି ଅଧିକାରୀ ଭାବେ ପରିଚୟ ଦେଇଥିଲେ। ସେ ତାଙ୍କୁ ସମସ୍ତ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ। ଏହାର କିଛି ସମୟ ପରେ ହ୍ୱାଟସ୍‌ଆପ୍‌ରେ ଜଣେ ବ୍ୟକ୍ତି ନୌସେନା ଅଧିକାରୀ ଇ. ଯୁଧିଷ୍ଠିରଙ୍କୁ ଫୋନ୍ କରିଥିଲେ। ସେହି ବ୍ୟକ୍ତି ନିଜକୁ ଦିଲ୍ଲୀ ପୁଲିସର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ତାଙ୍କ (ଇ. ଯୁଧିଷ୍ଠିର) ନାଁରେ ମନି ଲଣ୍ଡରିଂ ମାମଲା ଅଛି ବୋଲି କହିଥିଲେ। ଏହା ସହିତ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଗଲା ବୋଲି କହିଥିଲେ।

Advertisment

ଡିଜିଟାଲ ଆରେଷ୍ଟ କଥା ଶୁଣି ଡରି ଯାଇଥିଲେ ପୂର୍ବତନ ନୌସେନା ଅଧିକାରୀ। ଏଥିରୁ ମୁକୁଲାଇବାକୁ ସାଇବର ଲୁଟେରାମାନେ ତାଙ୍କଠାରୁ କୌଶଳ କରି ୧ କୋଟି ୮ ଲକ୍ଷ ଟଙ୍କା ନେଇ ଯାଇଥିଲେ। ନିଜର ଇପିଏଫ ଓ ଶେୟାର ମାର୍କେଟ ନିବେଶରୁ ସେ ୧ କୋଟି ୮ ଲକ୍ଷ ଟଙ୍କା ସାଇବର ଲୁଟେରାମାନଙ୍କୁ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ କଟକରେ ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।

Digital Arrest Scam Digital Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe