Advertisment

ମହାନଦୀରେ ଭାସୁଛି ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ

ଆଜି ସକାଳେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Ex professor

Ex professor

ମହାନଦୀରେ ଭାସୁଛି ଜଣେ ପୂର୍ବତନ ପ୍ରଫେସରଙ୍କ ମୃତଦେହ। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ। ତାଙ୍କ ଘର ରାଜେନ୍ଦ୍ରନଗରରେ।

Advertisment

ବୈଷ୍ଣବ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପାଖାପାଖି ରହୁଥିଲେ।  ସେ ୧୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ।  ଆଜି ସକାଳେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି।

ପୂର୍ବତନ ପ୍ରଫେସରଙ୍କ କିପରି ମୃତ୍ୟୁ ଘଟିଲା ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ବୈଷ୍ଣବ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ପୂର୍ବତନ ପ୍ରଫେସରଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।  

Advertisment
Cuttack Deadbody