Advertisment

ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲେ ପୂର୍ବତନ ପ୍ରିନ୍ସିପାଲ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Sandip Ghosh

Sandip Ghosh

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି।

Advertisment

କଲିକତା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ସମୟରେ ଏପରି କହିଛି ତଦନ୍ତକାରୀ ସଂସ୍ଥା ସିବିଆଇ। ଏଥିସହ ଗିରଫ ହୋଇଥିବା ତାଲା ପୁଲିସ ଷ୍ଟେସନ ଇନଚାର୍ଜ ଅଭିଜିତ ମଣ୍ଡଳଙ୍କ ବିରୁଦ୍ଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି।

କୋର୍ଟଙ୍କୁ ସିବିଆଇ କହିଛି ଯେ, ଅଗଷ୍ଟ 9ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପର ଦିନ ସକାଳ 10ଟାରେ ଖବର ପାଇଥିଲେ ମଧ୍ୟ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ନଥିଲେ ସନ୍ଦୀପ ଘୋଷ। ସେ ସେତେବେଳେ ମେଡିକାଲ କଲେଜର ପ୍ରିନ୍ସିପାଲ ଥିଲେ ମଧ୍ୟ ଘଟଣାକୁ ଗୁରୁତର ସହ ନେଇନଥିଲେ। ଥାନାରେ ମଧ୍ୟ ନିଜ ଆଡ଼ୁ କୌଣସି ମାମଲା ରୁଜୁ କରିନଥିଲେ। ଏପରିକି ମୃତ ଟ୍ରେନି ଡାକ୍ତରଙ୍କ ଶରୀରରେ ବାହ୍ୟ ଆଘାତ ଥାଇ ମଧ୍ୟ ଆତ୍ମହତ୍ୟାର ନୂଆ ଥିଓରି ଲେଖିଥିଲେ।  

Advertisment

ଘଟଣା ପରେ ସେ ଜଣେ ଓକିଲ ଏବଂ ପୁଲିସଙ୍କ ସହ ମଧ୍ୟ ଯୋଗାଯୋଗ କରିଥିବା ସିବିଆଇ କହିଛି। ସିବିଆଇ ଆହୁରି କହିଛି ଯେ, ଡାକ୍ତର ସନ୍ଦୀପ ଘୋଷ ମୃତଦେହର ଡାକ୍ତରୀ ମାଇନା କରାଇବାରେ ବିଫଳ ହୋଇଥିଲେ ଏବଂ ତୁରନ୍ତ ଶବଗାରକୁ ମୃତଦେହ ନେଇଯିବାକୁ କହିଥିଲେ। 

ସେପଟେ ଗିରଫ ହୋଇଥିବା ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳ ମଧ୍ୟ ଦାୟିତ୍ୱରେ ଅବହେଳା କରିଥିବା ସିବିଆଇ ଦର୍ଶାଇଛି। ସେ ଏପରି ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ସକାଳ 10ଟା 3ରେ ଖବର ପାଇଥିଲେ ମଧ୍ୟ ଘଣ୍ଟାଏ ପରେ ଡାକ୍ତରଖାନାରେ ପହଞ୍ଚିଥିଲେ। ଏପରିକି ପୁଲିସ ମଧ୍ୟ ଠିକ୍ ସମୟରେ ମାମଲା ରୁଜୁ କରିନଥିଲା। ଘଟଣାସ୍ଥଳରେ ନ ପହଞ୍ଚିବାରୁ ଅପରାଧ ସ୍ଥଳକୁ ସାଧାରଣ ଲୋକେ ଯାଇଥିଲେ ଏବଂ କ୍ରାଇମ୍ ସ୍ଥାନର ଫଟୋ ଉଠାଇଥିଲେ, ଯାହା ପରେ ଲିକ୍ ହୋଇଥିଲା ବୋଲି ସିବିଆଇ କହିଛି। 

ପ୍ରକାଶ ଥାଉକି, ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣା ସମୟରେ ସନ୍ଦୀପ ଘୋଷ ସେହି ମେଡିକାଲ କଲେଜର ପ୍ରିନ୍ସିପାଲ ଥିଲେ। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିଥିଲା। ସିବିଆଇ ତାଙ୍କୁ ପ୍ରଥମେ ଆର୍ଥିକ ହେରଫେର ଅଭିଯୋଗରେ ଗିରଫ କରିବା ପରେ ନିକଟରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଥିଲେ।

ସେପଟେ ମୃତ ଟ୍ରେନି ଡାକ୍ତରଙ୍କ ବାପାମାଆ ମଧ୍ୟ ଝିଅ ଆତ୍ୟହତ୍ୟା କରିଥିବା ନେଇ ମେଡିକାଲ କଲେଜରୁ ଖବର ଯାଇଥିବା ଅଭିଯୋଗ କରିଥିଲେ। 

CBI Sandip Ghosh RG Kar Hospital Kolkata Doctor Rape-Murder Case