Advertisment

ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ମିଳିଲା ଜାମିନ

ପ୍ରମାଣ ନଷ୍ଟ ମାମଲାରେ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ପୂର୍ବତନ ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳ ମଧ୍ୟ ଜାମିନ ପାଇଛନ୍ତି।

Ex-RG Kar principal Sandip Ghosh

Ex-RG Kar principal Sandip Ghosh

Advertisment

କୋଲକାତାର ବହୁଚର୍ଚ୍ଚିତ ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କୁ ମିଳିଛି ଜାମିନ। ପ୍ରମାଣ ନଷ୍ଟ ମାମଲାରେ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଏହା ବ୍ୟତୀତ ଏହି ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳ ମଧ୍ୟ ଜାମିନ ପାଇଛନ୍ତି।

Advertisment

ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ପୂର୍ବତନ ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଥିଲା। ହେଲେ ୯୦ ଦିନ ମଧ୍ୟରେ ସିବିଆଇ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହେବାରୁ ଉଭୟଙ୍କୁ ଜାମିନ ମିଳିଯାଇଛି। ତେବେ ସନ୍ଦୀପ ଘୋଷଙ୍କୁ ଏବେ ତୁରନ୍ତ ଜେଲରୁ ମୁକ୍ତ କରାଯିବ ନାହିଁ। କାରଣ ଏହି ମାମଲାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି।

ଅନ୍ୟପଟେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ମହିଳା କନିଷ୍ଠ ଡାକ୍ତରଙ୍କ ବାପା ମାଆ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ବସିଛନ୍ତି। ହେଲେ ନ୍ୟାୟ ମିଳିବା ଜାଗାରେ ଘଟଣାର ଦୁଇ ପ୍ରମୁଖ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଉଛି ବୋଲି ଅନୁଭବ କରୁଥିବା ସେମାନେ କହିଛନ୍ତି।

Advertisment
Sandip Ghosh RG Kar Medical College RG Kar Rape Case Kolkata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe