Advertisment

ବିଧାୟକଙ୍କ ବାଇକ୍‌ ରାଲିରେ ସ୍କର୍ପିଓ ଚଢ଼ାଇଦେଲେ ପୂର୍ବତନ ସରପଞ୍ଚ, ବିଜେଡି କର୍ମୀଙ୍କ ଭଙ୍ଗାରୁଜା

ଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଯେଉଁମାନେ ଏଥିରେ ସଂପୃକ୍ତ ଥିବେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Accident

Accident

Advertisment

ଧର୍ମଶାଳାର ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାଇକ୍ ରାଲି ଉପରେ ଜଣେ ପୂର୍ବତନ ସରପଞ୍ଚ ସ୍କର୍ପିଓ ଚଢ଼ାଇ ଦେବାରୁ ୨ ଜଣ ଆହତ ହୋଇଥିବା ବେଳେ ଏକାଧିକ ବାଇକ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ବିଜେଡି କର୍ମୀମାନେ ତାଙ୍କ ଅଫିସରେ ଭଙ୍ଗାରୁଜା କରିବା ସହିତ ତାଙ୍କର ୪ଟି ହାଇୱାର ସାମ୍ନା କାଚ ଭାଙ୍ଗି ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment

ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କ ନାଁ ଦିଲ୍ଲୀପ କୁମାର ବେହେରା। ସେ ପୂର୍ବରୁ ପାଖର ପଞ୍ଚାୟତର ସରପଞ୍ଚ ଥିଲେ।

ଆଜି ଅପରାହ୍ନରେ ୫୩ ନମ୍ବର ଜାତୀୟ ରାଜପଥରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ରାଲି ଯାଉଥିବା ବେଳେ ଓସରା ଗ୍ରାମ ନିକଟରେ ଦିଲ୍ଲୀପ କୁମାର ବେହେରା ତାଙ୍କ ସ୍କର୍ପିଓରେ ଦ୍ରୁତଗତିରେ ଆସି ରାଲି ଉପରକୁ ମାଡ଼ି ଯାଇଥିଲେ। ତାଙ୍କ ସ୍କର୍ପିଓ ଧକ୍କାରେ ବାଇକରୁ ପଡ଼ି ଜଣେ ବ୍ୟକ୍ତିଙ୍କ ଗୋଡ଼ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତ ଭାଙ୍ଗିଥିବା ଜଣାପଡ଼ିଛି। ଆଉ କିଛି ବାଇକ ମଧ୍ୟ ଭାଙ୍ଗି ଯାଇଛି।

Advertisment

ଏହି ଘଟଣା ଘଟାଇବା ପରେ ପରେ ଦିଲ୍ଲୀପ କୁମାର ବେହରା ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ତେବେ ବିଜେଡି କର୍ମୀମାନେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏହା ସହିତ ବିଜେଡି କର୍ମୀ ଓ ସମର୍ଥକମାନେ ମାଣ୍ଡିଆ ଛକରେ ମା’ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦିଲ୍ଲୀପ କୁମାର ବେହରାଙ୍କ ଅଫିସରେ ଭଙ୍ଗାରୁଜା କରିଥିଲେ। ତା’ସହିତ ସେଠାରେ ଥିବା ତାଙ୍କର ୪ଟି ହାଇୱାକୁ ଭଙ୍ଗାରୁଜା କରିଥିଲେ।

ଘଟଣା ସଂପର୍କରେ ଖବର ପାଇବା ପରେ ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲ, ଏସଡିପିଓ ସଞ୍ଜୟ ପଟ୍ଟନାୟକ, ଧର୍ମଶାଳା ଓ ବଡ଼ଚଣା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଯେଉଁମାନେ ଏଥିରେ ସଂପୃକ୍ତ ଥିବେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେଉଁ କାରଣରୁ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ବେହେରା ରାଲି ଉପରେ ଗାଡ଼ି ଚଢ଼ାଇ ଦେଲେ, ତାହା ଜଣାପଡ଼ିନାହିଁ। ତେବେ ଯାହା ଶୁଣିବାକୁ ମିଳିଛି, ରାଜନୀତିକ ଆକ୍ରୋଶ ରଖି ସେ ଏଭଳି କରିଥାଇପାରନ୍ତି। ସେ ବି ବିଜେଡି ସହିତ ଥିଲେ। ଗତ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନଥିଲା। ତା’ପରଠାରୁ ସେ କାଳେ ବିଜେଡି ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ।

BjD 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe