Advertisment

ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ଛୁରୀ ଭୁସି ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

author-image
Tapaswini Nayak
Knife

Knife

 ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗ୍ରାମରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାହ୍ନୁଚରଣ ବେହେରା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। 

Advertisment

ଗତକାଲି ସକାଳେ କାହ୍ନୁଚରଣ ପୋଖରୀରୁ ଶୌଚ ସାରି ଫେରୁଥିବା ସମୟରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏହି ଖବରପାଇ କାହ୍ନୁଚରଣଙ୍କ ବଡ ଭାଇ ଉଦ୍ଧାର କରିବା ଲାଗି ଘଟଣାସ୍ଥଳରେ ପହଞ୍ଚିଥିଲେ। କାହ୍ନୁଚରଣ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ତାଙ୍କ ବଡ଼ ଭାଇ ଦେଖିଥିଲେ। ଦୁର୍ବୁତ୍ତମାନେ ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ପରିବାର ଲୋକେ ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି କାହ୍ନୁଚରଣଙ୍କ ମୃତ୍ୟୁ ଘଟିଛି। ପୁରୁଷୋତ୍ତମପୁର ପୁଲିସ ଘଟଣା ତଦନ୍ତ କରୁଛି।

Advertisment

ସିକୁଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର ଥିଲେ କାହ୍ନୁଚରଣ ବେହେରା।

Ganjam