Advertisment

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଦିଷ୍ଟ ପିଲାଙ୍କୁ ଦିଆଯାଉଥିଲା କପି, ପ୍ରତିବାଦ କରିବାରୁ ପରୀକ୍ଷାର୍ଥୀଙ୍କୁ ମାଡ଼

ପରୀକ୍ଷା ସରିବା ପରେ କପିକୁ ବିରୋଧ କରିଥିବା ଛାତ୍ରଙ୍କୁ କପି ପାଇଥିବା ଛାତ୍ର ଓ ସେମାନଙ୍କ ଅଭିଭାବକମାନେ ପିଟିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Vasudevpur Police Station

Vasudevpur Police Station

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡ଼ାରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ଯୋଗାଣକୁ ନେଇ ହୋଇଛି ଗଣ୍ଡଗୋଳ। ପ୍ରତିବାଦ କରିଥିବା ପରୀକ୍ଷାର୍ଥୀଙ୍କୁ କପି ପାଉଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ମାଡ଼ ମାରି ଆହତ କରିଥିବା ବାସୁଦେପୁର ଥାନାରେ ଅଭିଯୋଗ ହୋଇଛି। 

Advertisment

ବେତଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଓ ବରଣ୍ଡୁଆର ଜଗବନ୍ଧୁ ନୋଡାଲ ବିଦ୍ୟାପୀଠର ୨୫୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଗତକାଲି ଚତୁର୍ଥ ଦିନ ପରୀକ୍ଷା ଚାଲିଥିବା ବେଳେ କେତେକ କକ୍ଷରେ ଛାତ୍ରଛାତ୍ରୀଙ୍କୁ କପି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର କେତେକ ପରୀକ୍ଷାର୍ଥୀ ଏହାର ପ୍ରତିବାଦ କରିଥିଲେ।

ପରୀକ୍ଷା ସରିବା ପରେ କପିକୁ ବିରୋଧ କରିଥିବା ଛାତ୍ରଙ୍କୁ କପି ପାଇଥିବା ଛାତ୍ର ଓ ସେମାନଙ୍କ ଅଭିଭାବକମାନେ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ୪ରୁ ଅଧିକ ପରୀକ୍ଷାର୍ଥୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଏହି ଅଭିଯୋଗକୁ ନେଇ କେନ୍ଦ୍ରର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନି। ଅନ୍ୟପଟେ ଅଭିଯୋଗ ପାଇବା ପରେ ବାସୁଦେବ ଥାନା ପୁଲିସ ପ୍ରାଥମିକ ତଦନ୍ତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe