Advertisment

ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ଟିମ୍‌, ଚାଲିଛି ମାଟି ଖୋଳା

ଏହାପରେ ବି ଧୀରଜ ସାହୁଙ୍କ ଘରେ ଆହୁରି ବଡ଼ ଭଣ୍ଡାର ଲୁଚି ରହିଥିବା ଅନୁମାନ କରୁଛି ଆୟକର ବିଭାଗ । ତେଣୁ ଆଜିଠୁ ଧୀରଜ ସାହୁଙ୍କ ଘରର ମାଟି ଖୋଦେଇ କାମ ଆରମ୍ଭ କରିଛି ଆଇଟି ବିଭାଗ ।

dheeraj-sahu

dheeraj-sahu

Advertisment

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଏହାପରେ ବି ଧୀରଜ ସାହୁଙ୍କ ଘରେ ଆହୁରି ବଡ଼ ଭଣ୍ଡାର ଲୁଚି ରହିଥିବା ଅନୁମାନ କରୁଛି ଆୟକର ବିଭାଗ । ତେଣୁ ଆଜିଠୁ ଧୀରଜ ସାହୁଙ୍କ ଘରର ମାଟି ଖୋଦେଇ କାମ ଆରମ୍ଭ କରିଛି ଆଇଟି ବିଭାଗ । ମାଟି ତଳେ ସାଂସଦ ଆହୁରି ବହୁ ମୂଲ୍ୟବାନ ଧାତୁ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।

Advertisment

ଧୀରଜ ସାହୁଙ୍କ ରାଞ୍ଚି ଲୋହରଦଗାସ୍ଥିତ ଘରେ ଆଜି ୧୨ ଜଣିଆ ଆୟକର ବିଭାଗ ଟିମ୍‌ ୩ଟି ଗାଡ଼ିରେ ପହଞ୍ଚିଛନ୍ତି। ଏଥିସହ ଏକ ଜିଓ ସର୍ଭିଲାନ୍ସ ସିଷ୍ଟମ ମେଶିନ ବି କ୍ୟାମ୍ପସ୍‌ରେ ପ୍ରବେଶ କରିଛି। ମେଶିନ ଦ୍ୱାରା ମାଟି ଖୋଳାଯାଇ ତା’ ତଳେ ଥିବା ସୁନା, ରୂପା ସମେତ ମୂଲ୍ୟବାନ ଅଳଙ୍କାରକୁ ବାହାର କରିବାକୁ ଯୋଜନା କରାଯାଇଛି। ସେମାନଙ୍କ ସହ ଧୀରଜ ସାହୁଙ୍କ ପରିବାରର ୩ ସଦସ୍ୟ ବି ଉପସ୍ଥିତ ଥିବା ଜଣାଯାଇଛି। ଘର ବାହାରେ ସିଆଇଏସଏଫ୍ ଯବାନ ମୁତୟନ ହୋଇଛନ୍ତି ।

ଧୀରଜ ସାହୁଙ୍କ ମାଲିକାନାରେ ଓଡ଼ିଶାରେ ଥିବା ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଜଡ଼ିତ ୭ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଡିସେମ୍ବର ୬ରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପ୍ରାୟ ୩୦-୩୪ଟି ସ୍ଥାନରେ ଅନେକ ସ୍ଥାନରେ ହୋଇଥିବା ବେଳେ ଆଖି ଖୋସିଦେବା ପରି ଆଲମିରା ଭର୍ତ୍ତି ବଣ୍ଡଲ୍‌ ବଣ୍ଡଲ୍‌ ନୋଟ୍‌ ଜବତ ହୋଇଥିଲା।

Advertisment

ଆୟକର ବିଭାଗ ବଲାଙ୍ଗିର ସୁଦପଡ଼ାର ଏକ ମଦ ଭାଟି ଉପରେ ଚଢ଼ାଉ କରି ୧୭୬ ବ୍ୟାଗ ଭର୍ତ୍ତି ନୋଟ୍‌ ଜବତ କରି ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ଗଣତି ନିମନ୍ତେ ନେଇଥିଲେ। ଏହି ଗଣତି ବେଳେ ବହୁ ମେଶିନ ଖରାପ ହୋଇଯାଇଥିବା ବେଳେ କର୍ମଚାରୀ ବି ହାଲିଆ ହୋଇ ଯାଇଥିଲେ। ଏହି ଚଢ଼ାଉ ସମୟରେ ମୋଟ ୩୫୧କୋଟି ଟଙ୍କା ସହ ୩କିଲୋ ଓଜନର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

ଧୀରଜ ସାହୁଙ୍କ ନିକଟରୁ ଏତେ ପରିମାଣର ସମ୍ପତ୍ତି ଜବତ ପରେ କଂଗ୍ରେସ ତାଙ୍କଠୁ ଦୂରତା ଅବଲମ୍ବନ କରୁଛି। ଏପରିକି ଧୀରଜ ସାହୁଙ୍କ ବ୍ୟବସାୟ ସମ୍ପର୍କରେ କଂଗ୍ରେସର କୌଣସି ଧାରଣା ନ ଥିବା ପାର୍ଟି ପକ୍ଷରୁ କୁହାଯାଇଛି । ଏଥିସହ ଏତେ ପରିମାଣର ଟଙ୍କା କିପରି ଓ କେଉଁଠୁ ସେ ଠୁଳ କଲେ ସେ ନେଇ ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। 

Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe