Advertisment

ଅବକାରୀ ଏଏସ୍‌ଆଇ ସୁଦୀପ୍ତ କୁମାର ଦାଶ ଗିରଫ

ଗତକାଲି ଏଏସ୍‌ଆଇ ସୁଦୀପ୍ତ କୁମାର ଦାଶଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Sudipta Kumar Dash

Sudipta Kumar Dash

Advertisment

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲର ଅବକାରୀ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍‌ଆଇ) ସୁଦୀପ୍ତ କୁମାର ଦାଶଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟଠାରୁ ୧୭୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ଗତକାଲି ଏଏସ୍‌ଆଇ ଶ୍ରୀ ଦାଶଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ନୟାଗଡ଼ରେ ତାଙ୍କର ଦୁଇଟି ଦୁଇ ମହଲା ଘର ରହିଛି। ନୟାଗଡ଼ ସହରରେ ତାଙ୍କର ୬ଟି ପ୍ଲଟ ଅଛି। ବ୍ୟାଙ୍କ, ପୋଷ୍ଟ ଅଫିସ ଓ ବୀମା ଜମା ବାବଦକୁ ତାଙ୍କର ୨୧ ଲକ୍ଷ ୩୨ ହଜାର ୭୦୦ ଟଙ୍କା ଅଛି। ତାଙ୍କ ଘରୁ ନଗଦ ୧ଲକ୍ଷ ୩୫ ହଜାର ୫୨୦ ଟଙ୍କା ଜବତ କରାଯାଇଛି। ପ୍ରାୟ ୩୦୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ମହିନ୍ଦ୍ରା ବୋଲେରୋ) ଓ ୩ଟି ଦୁଇ ଚକିଆ ଗାଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷ ୩୯ ହଜାର ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଭିଜିଲାନ୍ସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Vigilance Raid Odisha Vigilance Vigilance Net Vigilance Disproportionate Assets
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe