Advertisment

ଗଞ୍ଜେଇ ଧରି ଯାଉଥିଲେ ଦୁଇ ଯୁବତୀ

ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇଜଣ ଯୁବତୀଙ୍କ ଭିତରୁ ଜଣେ ମାଲକାନଗିରି ଜିଲ୍ଲାର ରଜନୀ ବାଗ ଓ ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲାର ଚଂଚଳ ହରିଜନ।

author-image
Manoranjan Sial
Balangir

Balangir

ଗଞ୍ଜେଇ ଧରି ଯାଉଥିଲେ ଦୁଇ ଯୁବତୀ। ମାଡ଼ି ବସିଲା ରେଲୱେ ପୁଲିସ। ଉଭୟଙ୍କୁ ଧରି ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି ରେଲୱେ ପୁଲିସ। ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି।

Advertisment

ଆଜି ବଲାଙ୍ଗିର ରେଲୱେ ଷ୍ଟେସନରେ ଦୁଇଟି ଟ୍ରଲି ବ୍ୟାଗ ଧରି ଦୁଇଜଣ ଯୁବତୀ ସନ୍ଦେହ ଜନକ ଅବସ୍ଥାରେ ବସିଥିଲେ। ରେଲୱେ ପୁଲିସ ଉଭୟଙ୍କୁ କାବୁ କରି ବ୍ୟାଗକୁ ଖୋଲିଥିଲା। ବ୍ୟାଗ୍‌ ଭିତରୁ ୨୨ କେଜି ଗଂଜେଇ ବାହାରିଥିଲା। ରେଲୱେ ପୁଲିସ ଏନେଇ ଅବକାରୀ ବିଭାଗକୁ ଖବର ଦେଇଥିଲା। ବଲାଙ୍ଗିର ଅବକାରୀ ବିଭାଗର କର୍ମଚାରୀମାନେ ଷ୍ଟେସନ୍‌ରେ ପହଞ୍ଚି ଗଂଜେଇକୁ ଜବତ କରିଥିଲେ।

ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇଜଣ ଯୁବତୀଙ୍କ ଭିତରୁ ଜଣେ ମାଲକାନଗିରି ଜିଲ୍ଲାର ରଜନୀ ବାଗ ଓ ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲାର ଚଂଚଳ ହରିଜନ। ଉଭୟ ଭବାନୀପାଟଣାରୁ ବାଲାଙ୍ଗିରକୁ ଗଂଜେଇ ଆଣିଥିଲେ। ଦୁଇ ଯୁବତୀ କାହା ପାଇଁ କାମ କରୁଥିଲେ? ଗଂଜେଇ କାହାଠୁ ଆଣି କାହା ପାଖରେ ପହଞ୍ଚାଇଥାନ୍ତେ, ସେ ନେଇ ଅଧିକ ତଦନ୍ତ ଜାରୀ ରଖିଛି ବଲାଙ୍ଗିର ଅବକାରୀ ବିଭାଗ।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime