Advertisment

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଚେଇଁଲା ଅବକାରୀ ବିଭାଗ; ବାର୍‌ରେ ହେବ ଚଢ଼ଉ

୨୧ ବର୍ଷରୁ କମ୍‌ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ।

ଅଦ୍ୟତନ ହୋଇଛି
Dance Bar

Dance Bar

Advertisment

ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ପରେ ଅବକାରୀ ବିଭାଗର ଚେତା ପଶିଲା। ରାଜଧାନୀ ଭୁବନେଶ୍ୱରରେ ଥିବା ସବୁ ଡ୍ୟାନ୍ସବାର୍‌ରେ ଚଢ଼ଉ ହେବ। କୌଣସି ବାର୍‌ରେ ନାବାଳିକା ନିୟୋଜିତ ଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଖୁବ୍‌ଶୀଘ୍ର ଡ୍ୟାନ୍ସ ବାର୍‌ରେ ହେବ ଅତର୍କିତ ଚଢ଼ଉ। ଆଜି ଏନେଇ ସୂଚନା ଦେଇଛନ୍ତି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ ପଟ୍ଟନାୟକ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଡ୍ୟାନ୍ସ ବାର୍‌ରେ ଚଢ଼ଉ ପାଇଁ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ବର୍ତ୍ତମାନ ରାଜଧାନୀରେ ୧୮ଟି ବାରରେ ମହିଳା ଡ୍ୟାନ୍ସର ନିଯୁକ୍ତି ପାଇଛନ୍ତି। ୧୮ ବାରରେ ୨୧୬ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ଅଧିକ ହେବ ଆବଶ୍ୟକ। ୨୧ ବର୍ଷରୁ କମ୍‌ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ। ନଚେତ ଡ୍ୟାନସ ବାର ବନ୍ଦ ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ମୃତ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ କମଳା ନେହରୁ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢ଼ୁଥିଲେ। ତାଙ୍କୁ ୧୮ ବର୍ଷ ହୋଇଥିଲା। ହେଲେ ସେ ବାରରେ ଡ୍ୟାନ୍ସର ଭାବେ କାମ କରୁଥିବା ଚର୍ଚ୍ଚା ହେଉଛି। ଯଦି ଶୁଭଲକ୍ଷ୍ମୀଙ୍କ ବୟସ ୧୮ ବର୍ଷ, ତାହାହେଲେ ସେ କେମିତି ବାର୍‌ରେ ଡ୍ୟାନ୍ସର ଭାବେ କାମ କରୁଥିଲେ? ତାଙ୍କୁ ଡ୍ୟାନ୍ସର ଭାବେ ବାର୍‌ରେ କିଏ ନିୟୋଜିତ କରିଥିଲେ? ରାଜଧାନୀରେ ବେଆଇନ୍‌ ଭାବେ ନାବାଳିକାଙ୍କୁ ବାର୍‌ରେ ନିୟୋଜିତ କରାଯାଉଥିବା ବେଳେ କ’ଣ କରୁଥିଲା ଅବକାରୀ ବିଭାଗ? ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଏପରି ନାନା ପ୍ରଶ୍ନ ଉଠିବା ପରେ ଚେଇଁ ଉଠିଛି ଅବକାରୀ ବିଭାଗ।

Advertisment

ସୂଚନାରୁ ପ୍ରକାଶ, ଶୁକ୍ରବାର ରାତି ପ୍ରାୟ ୩.୨୦ ମିନିଟ୍‌ରେ ଶୁଭଲକ୍ଷ୍ମୀ କଟକ ରୋଡ୍‌ରେ ଥିବା ହୋଟେଲ ଦୀପାଲି ଇଣ୍ଟରନ୍ୟାସନାଲ୍‌କୁ ଯାଇଥିଲେ। ହୋଟେଲ୍‌ ୨୦୫ ନମ୍ୱର ରୁମ୍‌ରେ ରହିଥିଲେ। ଶନିବାର ସକାଳେ ଓ ମଧ୍ୟାହ୍ନରେ କବାଟ ଖୋଲିନଥିଲେ ଶୁଭଲକ୍ଷ୍ମୀ। ହୋଟେଲ୍‌ କର୍ମଚାରୀଙ୍କ ମନରେ ସନ୍ଦେହ ବଢ଼ିବାରୁ ରୁମ କବାଟ ଭାଙ୍ଗିବାରୁ ଦେଖାଯାଇଥିଲା ତାଙ୍କର ଝୁଲନ୍ତା ମୃତଦେହ।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe