Advertisment

ଜୀବନ ଗଲା ପରେ ମଧ୍ୟ ସୁଧୁରିଲେନି, କୋଠ ଘରେ ତିଆରି କରୁଥିଲେ ନକଲି ମଦ

ବ୍ରହ୍ମପୁର ସଦର ଥାନା ଡେଙ୍ଗା ନୂଆ ବାଉଁଶିଆପଲି ଗାଁର କୋଠ ଘରେ ନକଲି ଦେଶୀ ମଦ ପାଉଚ ଫ୍ୟାକ୍ଟ୍ରି ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇଁ ଉକ୍ତ କୋଠ ଘରେ ଚଢ଼ଉ କରିଥିଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌।

Ganjam

Ganjam

Advertisment

ନୀରିହ ଲୋକଙ୍କ ଜୀବନ ଗଲା ପରେ ମଧ୍ୟ ସୁଧୁରିଲେନି ମଦ ମାଫିଆ। ଗାଁ କୋଠ ଘରେ ତିଆରି କରୁଥିଲେ ନକଲି ଦେଶୀ ମଦ। ଦୀର୍ଘ ଦିନ ଧରି ମଦ ତିଆରି କରୁଥିଲେ। ସେଠାରେ ତିଆରି ହେଉଥିବା ବ୍ରହ୍ମପୁର ଟାଉନ୍‌ ଆଖପାଖ ଅଞ୍ଚଳରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।

Advertisment

ବ୍ରହ୍ମପୁର ସଦର ଥାନା ଡେଙ୍ଗା ନୂଆ ବାଉଁଶିଆପଲି ଗାଁର କୋଠ ଘରେ ନକଲି ଦେଶୀ ମଦ ପାଉଚ ଫ୍ୟାକ୍ଟ୍ରି ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇଁ ଉକ୍ତ କୋଠ ଘରେ ଚଢ଼ଉ କରିଥିଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌। ନକଲି ମଦ କାରବାର ଅଭିଯୋଗରେ ଚନ୍ଦନ ମଲିକ ଓ ପ୍ରଦୀପ ମଲିକଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ଏଥିସହ କୋଠ ଘରୁ ୧୪୦୦ ପ୍ୟାକେଟ ନକଲି ଦେଶୀ ମଦ, ମଦ ପ୍ରସ୍ତୁତି ସାମଗ୍ରୀ, ତରଳ ଗୁଡ, ଦୁଇଟି ପ୍ୟାକିଂ ମେସିନ, ବାଇକ ଆଦି ଜବତ କରିଥିଲା। ଏଠାରେ ପ୍ରସ୍ତୁତ ହେଉଥିବ ନକଲି ମଦଆଖ ପାଖ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡ଼ିଛି।

ଆପଟେ ଆଜି ଚଢ଼ଉ ବେଳେ ଟେଲିଫୋନ ଭବନ ପଛପାଖ ଗଳିରେ ଅବକାରୀ କନ୍‌ଷ୍ଟେବଳଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ଆହତ ହୋଇଛନ୍ତି କନ୍‌ଷ୍ଟେବଳ ସବ୍ୟସାଚୀ ମିଶ୍ର। ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ୍‌ ୫ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି।

Advertisment
Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe