Advertisment

ପଶ୍ଚିମବଙ୍ଗରୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ

ପଶ୍ଚିମବଙ୍ଗରୁ ଏକ ମହୁଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ବେଆଇନ୍‌ ଭାବେ ଓଡ଼ିଶା ଭିତରେ ପ୍ରବେଶ କରୁଥିଲା। ମୟୂରଭଞ୍ଜ ଜିଲ୍ଲା ଅବକାରୀ ୟୁନିଟ୍‌ ଉକ୍ତ ମହୁଲ ବୋଝେଇ ଭ୍ୟାନ୍‌ଟିକୁ ପିଛା କରିଥିଲା।

Baripada

Baripada

Advertisment

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ। ଦେଶୀ ମଦ ତିଆରି ପାଇଁ ପଶ୍ଚିମବଙ୍ଗରୁ ମୟୂରଭଞ୍ଜକୁ ମହୁଲ ଆସୁଥିଲା। ହେଲେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ହାତରେ ଧରା ପଡ଼ିଛି ସେହି ଚୋରା ମହୁଲ। ଅବକାରୀ ବିଭାଗ ମହୁଲ ବୋଝେଇ ଗାଡ଼ି ଜବତ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପଶ୍ଚିମବଙ୍ଗରୁ ଏକ ମହୁଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ବେଆଇନ୍‌ ଭାବେ ଓଡ଼ିଶା ଭିତରେ ପ୍ରବେଶ କରୁଥିଲା। ମୟୂରଭଞ୍ଜ ଜିଲ୍ଲା ଅବକାରୀ ୟୁନିଟ୍‌ ଉକ୍ତ ମହୁଲ ବୋଝେଇ ଭ୍ୟାନ୍‌ଟିକୁ ପିଛା କରିଥିଲା। ତେବେ ଭ୍ୟାନ୍‌ଟି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିଲା। ଅବକାରୀ ୟୁନିଟ୍‌ ଭ୍ୟାନ୍‌ଟିକୁ ପିଛା କରି ଶୁଳିଆପଦା ଥାନା ଦେଉଳି ଛକ ନିକଟରେ ଅଟକାଇବାରେ ସଫଳ ହୋଇଥିଲା।

ଅବକାରୀ ବିଭାଗ ଉକ୍ତ ଭ୍ୟାନ୍‌ରୁ ୫୫ ବସ୍ତା ମହୁଲ ଜବତ କରିଥିଲା। ଯାହାର ଓଜନ ୨୨ କ୍ୱିଣ୍ଟାଲ୍‌ ହେବ। ଦେଶୀ ମଦ ତିଆରି ଏହି ମହୁଲ ଆସିଥିବା ଚର୍ଚ୍ଚା ହେଉଛି। ଏହି ମାମଲାରେ ଅବକାରୀ ବିଭାଗ ଭ୍ୟାନ୍‌ ଡ୍ରାଇଭର ଦୀନବନ୍ଧୁ ସାହୁ ଓ ତାଙ୍କ ସହଯୋଗୀ ସଞ୍ଜିବ ବିନ୍ଧାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟଙ୍କ ଘର ପଶ୍ଚିମବଙ୍ଗ ମେଦନାପୁର ଜିଲ୍ଲା ଗୋପିବହ୍ଲବପୁର ଥାନା ଅନ୍ତର୍ଗତ ଶାରିଆ ଗାଁରେ ବୋଲି ଜଣାପଡ଼ିଛି। ଜବତ ମହୁଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe