Advertisment

ଝାଡଖଣ୍ଡରୁ ଆଣି ଓଡ଼ିଶାରେ ବିକୁଥିଲେ ନକଲି ମଦ!

ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ହେଉଥିବା ରାଉରକେଲା ଅବକାରୀ ବିଭାଗର ଡିଏସ୍‌ଇ ଅର୍ଚ୍ଚନା ବାରିକ ଜାଣିବାକୁ ପାଇଥିଲେ। ଏହାପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ସକାଳେ ଉକ୍ତଗାଁରେ ଚଢ଼ଉ ପାଇଁ ଯାଇଥିଲା।

RKL

RKL

Advertisment

ଝାଡଖଣ୍ଡରୁ ଆଣି ମିକ୍ସ କରି ଓଡ଼ିଶାରେ ବିକ୍ରି କରୁଥିଲା ନକଲି ମଦ। ଓଡ଼ିଶାରେ ତିଆରି ହେଉଥିବା ନକଲି ମଦକୁ ରାସ୍ତା ପାର୍ଶ୍ୱ ଢ଼ାବା ଓ ହୋଟେଲ୍‌କୁ ଯୋଗା ଯାଉଥିଲା। ଆଜି ଏହି ରାକେଟର ପର୍ଦ୍ଦାଫାସ କରିଛି ରାଉରକେଲା ଅବକାରୀ ବିଭାଗ। ଏଥିସହ ୪ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ପ୍ୟାକିଂ ସାମଗ୍ରୀ ଜବତ କରିଛି।

Advertisment

ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ହେଉଥିବା ରାଉରକେଲା ଅବକାରୀ ବିଭାଗର ଡିଏସ୍‌ଇ ଅର୍ଚ୍ଚନା ବାରିକ ଜାଣିବାକୁ ପାଇଥିଲେ। ଏହାପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ସକାଳେ ଉକ୍ତଗାଁରେ ଚଢ଼ଉ ପାଇଁ ଯାଇଥିଲା। ହେଲେ ସେହି ସମୟରେ ଗାଁ ପଡ଼ିଆରେ ଗୋଟିଏ କାର୍‌ରୁ ସ୍କୁଟିକୁ ମଦ ଟ୍ରାକ୍ସଫର ହେଉଥିଲା। ଏହା ଦେଖି ଅବକାରୀ ବିଭାଗ ଟିମ୍‌ ମଦ ମାଫିଆ ବଳଭଦ୍ର ପାତ୍ରକୁ ମାଡ଼ି ବସିଥିଲା। ତା’ଙ୍କ ପାଖରୁ ନକଲି ମଦ, ଗୋଟିଏ କାର୍‌, ସ୍କୁଟି ଓ ମୋବାଇଲ୍‌ ଜବତ କରିଛି।

ଜବତ ହୋଇଥିବା ନକଲି ମଦର ମୂଲ୍ୟ ୪ ଲକ୍ଷ ଅଧିକ ଟଙ୍କା ହେବ। ଏଥିସହ ମଦ ପ୍ୟାକିଂ ହେଉଥିବା ବୋତଲ, ବିଭିନ୍ନ କମ୍ପାନୀର ଲେବ୍‌ଲ, ଷ୍ଟିକର ପ୍ରମୁଖ ଜବତ କରିଛି ଅବକାରୀ ବିଭାଗ। ରାଉରକେଲା DSE ଅର୍ଚ୍ଚନା ବାରିକଙ୍କ କହିବା ଅନୁସାରେ ବଳଭଦ୍ର ପାତ୍ର ଝାଡ଼ଖଣ୍ଡରୁ ନକଲି ମଦ ଆଣି ଏଠାରେ ଅନ୍ୟାନ୍ୟ ସାମଗ୍ରୀ ମିକ୍ସ କରୁଥିଲା। ତା’ପରେ ବୋତଲରେ ପୂରାଇ ଷ୍ଟିକରିଂ କରି ବିଭିନ୍ନ ହୋଟେଲ୍‌ ଓ ଢ଼ାବାକୁ ଯୋଗାଉଥିଲା। ଏହି ମଦ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଢ଼ାବାକୁ ଯାଇଥିବା ଅଭିଯୁକ୍ତ ସ୍ୱୀକାର କରିଛି।

Advertisment

ବଳଭଦ୍ର ପାତ୍ର ନକଲି ମଦ ତିଆରି କରି ଗିରଫ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକବାର ଗିରଫ ହୋଇଛି। ସେଥିପାଇଁ ଜେଲ୍‌ ଯାଇଛି। ପରବର୍ତ୍ତୀ ସମୟରେ ଜେଲ୍‌ରୁ ବାହାରି ନକଲି ମଦ କାରବାରରେ ଲିପ୍ତ ରହୁଥିଲା।

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe