Advertisment

ଦାମୀ କାର୍‌ରେ ବଲାଙ୍ଗିରରୁ ବିହାର ଚାଲାଣ ହେଉଥିଲା ଗଞ୍ଜେଇ

ବଲାଙ୍ଗିର –ସମ୍ବଲପୁର ୨୬ ନମ୍ୱର ଜାତୀୟ ରାଜପଥର ଦେଇ ଏକ ହ୍ୟୁଣ୍ଡାଇ ଆଇ-୨୦ କାରରେ ଗଞ୍ଜେଇ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ କରଟିକୁ ଅଟକାଇ ଥିଲା।

ଅଦ୍ୟତନ ହୋଇଛି
Car

Car

Advertisment

ବେଳା ଭଲ ନାହିଁ। ଦାମୀ କାର୍‌ରେ ବଲାଙ୍ଗିରରୁ ବିହାର ଚାଲାଣ କରୁଥିଲେ ଗଞ୍ଜେଇ। ହେଲେ ୨୬ ନମ୍ୱର ଜାତୀୟ ରାଜପଥରେ ମାଡ଼ି ବସିଲା ଅବକାରୀ ବିଭାଗ। ଦୁଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ୩ ମାଫିଆଙ୍କୁ ଗିରଫ କରିଛି। ବଲାଙ୍ଗିର ଅବକାରୀ ବିଭାଗକୁ ଏହି ସଫଳତା ମିଳିଛି।

Advertisment

ବଲାଙ୍ଗିର –ସମ୍ବଲପୁର ୨୬ ନମ୍ୱର ଜାତୀୟ ରାଜପଥର ଦେଇ ଏକ ହ୍ୟୁଣ୍ଡାଇ ଆଇ-୨୦ କାରରେ ଗଞ୍ଜେଇ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ କରଟିକୁ ଅଟକାଇ ଥିଲା। ମାତ୍ର କାର୍‌ଟି ଦ୍ରୁତ ଗତି ପଳାଇବାକୁ ଚେଷ୍ଟା କରୁଥିଲା। ଅବକାରୀ ବିଭାଗ ଗାଡ଼ଟିକୁ ପିଛା କରି ବୁରଡ଼ା ଛକ ନିକଟରେ କାବୁ କରିଥିଲା। ଗାଡ଼ି ଭିତରୁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଗଂଜେଇ ଜବତ କରିଥିଲା ଅବକାରୀ ବିଭାଗ।

ଗଂଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଲୋଇସିଂହା ଥାନା ସନ୍ଧିସରା ଓ ଦେମୁହାଣ ଗାଁର ଦେବାଶିଷ ସାହୁ, ସିଧେଶ୍ଵର ସାହୁ ଏବଂ ବିହାର ରାଜ୍ୟର ସଲିମ ରିଆଜଉଦ୍ଦିନ ଅଲ୍ଲୀଙ୍କୁ ଗିରଫ କରିଥିଲା। ଜବତ ଗଞ୍ଜେଇ ବଲାଙ୍ଗିରରୁ ବିହାରକୁ ଚାଲାଣ ହେଉଥିବା ଜଣାପଡିଛି। ଏହି ଗଂଜେଇ ଚାଲାଣ ରେକେଟରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ବଲାଙ୍ଗିର ଅବକାରୀ ବିଭାଗ ବିଭାଗ କହିଛି।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe