Advertisment

ବାଇକ୍‌ରେ ପଶ୍ଚିମବଙ୍ଗ ଯାଉଥିଲା, ମାଡ଼ି ବସିଲା ଅବକାରୀ ବିଭାଗ

ରବୀନ୍ଦ୍ର ଓ ତାଙ୍କ ସାଥୀ ବାଇକ୍‌ରେ ଯାଉଥିବା ବେଳେ ସାଦା ପୋଷାକରେ ଥିବା ଅବକାରୀ ଟିମ୍‌ ସେମାନଙ୍କୁ ଅଟକାଥିଲା। ମାତ୍ର ସେମାନେ ପଳାଇ ଯାଉଥିବା ବେଳେ ଅବକାରୀ ବିଭାଗ ରବୀନ୍ଦ୍ରଙ୍କୁ ମାଡ଼ି ବସିଥିଲା। ହେଲେ ତାଙ୍କ ସାଥୀ ସେଠାରୁ ଚମ୍ପଟ ମାରିଥିଲା।

author-image
Manoranjan Sial
Jaleswar

Jaleswar

ବ୍ରାଉନ୍‌ସୁଗର ଧରି ବାଇକ୍‌ରେ ପଶ୍ଚିମବଙ୍ଗ ଯାଉଥିଲା। ଅଧା ରାସ୍ତାରେ ମାଡ଼ିବସିଲା। ତା’ଠାରୁ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ।

Advertisment

ଭୋଗରାଇ ପାରୁଳିଆ ଗାଁର ରବୀନ୍ଦ୍ର ଦଳାଇ ବ୍ରାଉନ୍‌ସୁଗର  କାରବାର କରୁଥିଲା। ଆଜି ସେ ବ୍ରାଉନ୍‌ସୁଗର ଧରି ନିଜର ସାଥୀ ସହ ବାଇକ୍‌ରେ ପଶ୍ଚିମବଙ୍ଗ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ୱର ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶରେ ଭୋଗରାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ୫୭ ନମ୍ୱର ରାଜ୍ୟ ରାଜପଥର ପାଣିସାହି ବ୍ରିଜ୍‌ ପାଖରେ ଜଗି ରହିଥିଲା।

ରବୀନ୍ଦ୍ର ଓ ତାଙ୍କ ସାଥୀ ବାଇକ୍‌ରେ ଯାଉଥିବା ବେଳେ ସାଦା ପୋଷାକରେ ଥିବା ଅବକାରୀ ଟିମ୍‌ ସେମାନଙ୍କୁ ଅଟକାଥିଲା। ମାତ୍ର ସେମାନେ ପଳାଇ ଯାଉଥିବା ବେଳେ ଅବକାରୀ ବିଭାଗ ରବୀନ୍ଦ୍ରଙ୍କୁ ମାଡ଼ି ବସିଥିଲା। ହେଲେ ତାଙ୍କ ସାଥୀ ସେଠାରୁ ଚମ୍ପଟ ମାରିଥିଲା। ଅବକାରୀ ବିଭାଗ ତା’ଠାରୁ ୧୧୫ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ଅବକାରୀ ବିଭାଗ ଉଦ୍ୟମ ଜାରି ରଖିଛି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ପାଇନି। ସେପଟେ ରବୀନ୍ଦ୍ରର ଜନ୍ମ କୁଣ୍ଡଳି ଘାଣ୍ଟୁଛି ଅବକାରୀ ବିଭାଗ। ସେ କେତେଦିନ ଧରି ଧଳା ଜହର କାରବାର କରୁଥିଲା? କେଉଁଠୁ ଆଣି କେଉଁ ଅଞ୍ଚଳରେ ବିକ୍ରି କରୁଥିଲା? ତାଙ୍କର ସହଯୋଗୀଙ୍କ ନାଁ କଣ? ଏମିତି ବିଭିନ୍ନ ଦିଗରୁ ଅବକାରୀ ବିଭାଗ ତଦନ୍ତ ଚଳାଇଛି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime Brown Sugar