Advertisment

ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ୧୦ଟି ସ୍ଥାନରେ ଚାଲିଛି ରେଡ୍‌

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ମିଶ୍ରଙ୍କ ଘର ଓ ଅଫିସରେ ରେଡ୍ କରିଛି ଭିଜିଲାନ୍ସ ।

ଅଦ୍ୟତନ ହୋଇଛି
Vigilance Trap

Vigilance Trap

Advertisment

ଆଉ ମାତ୍ର ବର୍ଷେ ଥିଲା ଚାକିରି। ବର୍ଷେ ପରେ ନେଇଥାନ୍ତେ ଅବସର। ମାତ୍ର ତା’ ପୂର୍ବରୁ ଭୁବନେଶ୍ୱର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ମାଡ଼ି ବସିଛି ଭିଜିଲାନ୍ସ।

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ମିଶ୍ରଙ୍କ ଘର ଓ ଅଫିସରେ ରେଡ୍ କରିଛି ଭିଜିଲାନ୍ସ । ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍।

ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର, ସୋନପୁର, ବରଗଡ଼, ବଲାଙ୍ଗୀର ସମେତ ରାଜ୍ୟର ୧୦ଟି ସ୍ଥାନରେ ଥିବା ରାମଚନ୍ଦ୍ର ମିଶ୍ରଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି। ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପିଙ୍କ ସମେତ ୧୫ ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Advertisment

ତେବେ ଏହି ଚଢ଼ାଉ ସମୟରେ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଜଣାପଡ଼ିଛି ସେ ନେଇ କିଛି ସୂଚନା ମିଳିନି।

Bhubaneswar Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe