Advertisment

ଅବକାରୀ ବାବୁଙ୍କ ଅଡିଓ ଭାଇରାଲ - ଉପରୁ ପ୍ରେସର ପଡ଼ୁଛି, ତୁରନ୍ତ ପୋଚପାଣି ଦିଅ

ଏହି ଭାଇରାଲ ଅଡ଼ିଓଟି ଜଣେ ଅବକାରୀ ବାବୁଙ୍କର ବୋଲି ଜଣାଯାଇଛି। ସେ ବିଜେଡିର ଜଣେ ଆଗ ଧାଡ଼ିର ନେତାଙ୍କ ନାମ ନେଇ ଲାଞ୍ଚ ମାଗୁଥିବାର ଅଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।

author-image
Niharika Rout
Man on Phone

Man on Phone

‘ଉପରୁ ପ୍ରବଳ ପ୍ରେସର ପଡ଼ୁଛି। କଲେକ୍ଟରଙ୍କ ପାଖକୁ ଫୋନ୍‌ ଯାଇଛି, ମୋ ପାଖକୁ ବି ଫୋନ୍‌ ଆସିଛି। ରାଜନୀତି ପଶିଲାଣି । ତୁରନ୍ତ ଏହାକୁ ପୋଚପାଣି ଦେଇ ଉଠାଇ ଦିଅ। ନଚେତ ହଇରାଣ ହେଲେ ବୁଦ୍ଧି ଶିଖିବ ।’ ଆଗକୁ ନିର୍ବାଚନ ଥିବା ବେଳେ କେନ୍ଦ୍ରାପଡ଼ାରେ ଏପରି ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭାଇରାଲ ଅଡ଼ିଓଟି ଜଣେ ଅବକାରୀ ବାବୁଙ୍କର ବୋଲି ଜଣାଯାଇଛି। ସେ ବିଜେଡିର ଜଣେ ଆଗ ଧାଡ଼ିର ନେତାଙ୍କ ନାମ ନେଇ ଲାଞ୍ଚ ମାଗୁଥିବାର ଅଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।

ଜଣେ ମଦ ଭେଣ୍ଡରଙ୍କଠାରୁ ମାସିକିଆ ଚାନ୍ଦା ଆଣିବା ପାଇଁ ଅବକାରୀ ବାବୁ ଏଭଳି ଭାବରେ କଥା ହୋଇଥିବାର ରେକଡିଂ ସୋଶାଲ ମିଡିଆରେ ଘୁରି ବୁଲୁଛି। ଏ ସଂପର୍କରେ ଅବକାରୀ ଅଧିକ୍ଷକ ମୁହଁ ଖୋଲୁ ନାହାନ୍ତି।

Advertisment

ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଡେପୁଟି କମିଶନର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପଟରେ ଅଡିଓ ଭାଇରାଲ ଭିଷୟରେ କେହି ମୁହଁ ଖୋଲୁନାହାନ୍ତି ।

Kendrapada