Advertisment

ଅବକାରୀ କର୍ମଚାରୀଙ୍କୁ ପିଟିଲେ ନିଶା ମାଫିଆ, ଉଦ୍ଧାର କଲା ପୁଲିସ୍‌

ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା। କୌଣସି ସୂତ୍ରରୁ ଖବର ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ୱର ଏକ ଟିମ୍‌ ଉକ୍ତ ଗାଁରେ ପହଞ୍ଚି ମଦ ଭାଟି ଉପରେ ଚଢ଼ଉ କରିଥିଲେ।

ଅଦ୍ୟତନ ହୋଇଛି
Exicise

Exicise

Advertisment

ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ। ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହେଲେ। ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍‌ ପିଟିଲେ ନିଶା ମାଫିଆ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ। ପୁଲିସ୍‌ ଗାଁରେ ପହଞ୍ଚି ନିଶା ମାଫିଆଙ୍କ କବଳରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି।

Advertisment

ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା। କୌଣସି ସୂତ୍ରରୁ ଖବର ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ୱର ଏକ ଟିମ୍‌ ଉକ୍ତ ଗାଁରେ ପହଞ୍ଚି ମଦ ଭାଟି ଉପରେ ଚଢ଼ଉ କରିଥିଲେ। ଏପରିକି ମଦ ମାଫିଆଙ୍କୁ ଗିରଫ କରିଥିଲେ। ଠିକ୍‌ ସେହି ସମୟରେ ତାତି ଯାଇଥିଲେ ନିଶା ମାଫିଆଙ୍କ ପରିବାର ଲୋକ।

ଅବକାରୀ ବିଭାଗର ଗାଡି ଭାଙ୍ଗାରୁଜା କରିଥିଲେ। ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ନିଶା ମାଫିଆଙ୍କୁ ଛଡ଼ା ନେବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟଧରି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କୁ ଅଟକ ରଖିଥିଲେ। ଖବର ପାଇ ଖୁଣ୍ଟୁଣୀ ଥାନା ପୁଲିସ୍‌ ଗାଁରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା ପୁଲିସ୍‌।

Advertisment

ଅବକାରୀ ବିଭାଗ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛି। ମାରପିଟ୍‌ ଓ ଗାଡ଼ି ଭଙ୍ଗାରୁଜା ନେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅର୍ଥାତ ୨୦୨୩ ଜୁଲାଇ ୨୮ ତାରିଖରେ ମଧ୍ୟ ସେହି ଗାଁରେ ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଚଢ଼ଉ ସମୟରେ ମଦ ମାଫିଆ ଓ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିଲେ। ସେହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛି ରବୀନ୍ଦ୍ର ସ୍ଵାଇଁ। ଆଜି ତାକୁ ପୁଲିସ୍‌ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଗିରଫ କରିବାରେ ସଫଳ ହୋଇଛି।

ରିପୋର୍ଟ- ଆଠଗଡ଼ରୁ ନୀଳକଣ୍ଠ ଦୋରା

Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe