ଅବକାରୀ ବିଭାଗ ଓ ପୁଲିସକୁ ଚକମା ଦେବା ପାଇଁ ପ୍ରେସ ଲେଖି ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି। ଭାବିଥିଲେ କେହି ଜାଣିପାରିବେ ନାହିଁ। ହେଲେ ଦମ୍ପତିଙ୍କ ସବୁ ଅଙ୍କ ଭୁଲ ହୋଇଗଲା। ଅଧା ବାଟରେ ମାଡ଼ି ବସିଲା ଅବକାରୀ ବିଭାଗ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ।
ପୁଲିସ ଦମ୍ପତିଙ୍କୁ ଗରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ କୋତ୍ମା ଅଞ୍ଚଳର ୩୬ ବର୍ଷୀୟ ଅନିଲ ସୋନି ଓ ତାଙ୍କ ପତ୍ନୀ ୩୧ ବର୍ଷୀୟ ରଜନୀ ସୋନି।
Also Read
ଆଜି ସକାଳେ ପ୍ରେସ ଲେଖାଯାଇଥିବା ଏକ ଧଳା ରଙ୍ଗର କାର୍ରେ ଅନିଲ ଓ ତାଙ୍କ ପତ୍ନୀ ବୌଦ୍ଧରୁ ଗଞ୍ଜେଇକୁ ନେଇ ମଧ୍ୟପ୍ରଦେଶ ଯାଉଥିଲେ। ଏନେଇ ସୋନପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଅନିଲ ଗାଡ଼ିକୁ ପିଛା କରିଥିଲା। କିଛି ବାଟ ପିଛା କରିବା ପରେ ସୋନପୁର-ବିନିକା ରାସ୍ତାର କର୍ତଙ୍ଗ ଛକ ନିକଟରେ ଗାଡ଼ିକୁ ଅଟକାଇଥିଲା। ଗାଡ଼ିକୁ ଯାଞ୍ଚ କଲା ବେଳେ ସେଥିରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ପରେ ଅବକାରୀ ଦମ୍ପତିଙ୍କୁ ପଚରାଉଚରା କରିବାପରେ ଗିରଫ କରିଥିଲା ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସନ୍ଦେହ ଘେରରେ ଘର ମାଲିକ!
ବିଶୋଇ ଥାନା ଅଞ୍ଚଳର ବୁଦ୍ଧାଦିତ୍ୟ ନାୟକ ଦୀର୍ଘ ବର୍ଷ ଧରି ମେସରେ ରହି ପାଠ ପଢୁଥିଲେ। ଆଜି ମେସ୍ର ସିଡି ଘରରେ ବେକରେ ରଶି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଘର ମାଲିକ ବାରିପଦା ସଦର ଥାନାକୁ ଖବର ଦେଇଥିଲେ।
Crime
ହାତୀ ଦାନ୍ତ ମାଫିଆଙ୍କୁ ଧରିବାକୁ ଯାଇଥିଲେ ବନ କର୍ମଚାରୀ, ଫୁଟିଲା ଗୁଳି
ହାତୀ ଦାନ୍ତ ଡିଲ୍ରେ ସାମିଲ ମାଫିଆଙ୍କୁ ଧରିବାକୁ ବନ କର୍ମଚାରୀ ଯାଇଥିବା ବେଳେ ଅତର୍କିତ ଭାବେ ଫୁଟିଲା ଗୁଳି। ଏହି ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
Crime
ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବଢ଼ୁଛି ବିଷ୍ଣୁପଦଙ୍କ ଅଡ଼ୁଆ
ରାଜ୍ୟ ଉଦ୍ୟୋଗକୁ ନଦେଇ କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ହାଇସ୍କୁଲ କାମ ବାଣ୍ଟିଥିଲେ ବିଷ୍ଣୁପଦ। କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ ଅପଗ୍ରେଡେସନ କାମ ଦେଇଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।
Crime
ମୃତ ମହିଳା କିଏ? UPI ପେମେଣ୍ଟରୁ ମିଳିଲା ହତ୍ୟାକାରୀର ଠିକଣା
ଜଗନ୍ନାଥ ଦେହୁରୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ମୃତ ମହିଳା ପରିଚୟ। ସେ ହେଉଛନ୍ତି ତାଙ୍କ ଭାଉଜ ପଦ୍ମାବତୀ ସାମଲ। ତାଙ୍କ ବଡ଼ଭାଇ ବଳରାମ ଦେହୁରୀଙ୍କ ପତ୍ନୀ।
Crime
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଶାଳୀକୁ ତିନିଖଣ୍ଡ କରିଦେଲା ଭିଣୋଇ
ଶାଳୀକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତିନି ଖଣ୍ଡ କରି କାଟି ଦେଲା ଅଭିଯୁକ୍ତ ଭିଣୋଇ ଅତିଉର ରେହମାନ ଲସ୍କର। ଅଳିଆ ଗଦାରୁ ମହିଳାଙ୍କ କଟା ମୁଣ୍ଡ ମିଳିବାର ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ବାନ୍ଧିଛି ପୁଲିସ।