Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଗ୍ୟାଙ୍ଗରେପ୍ କରାଯାଇଛି; କ'ଣ କହୁଛି ସିବିଆଇ ତଦନ୍ତ?

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା ନା ଗଣଦୁଷ୍କର୍ମ ସେ ଉପରୁ ପରଦା ହଟାଇଛି ସିବିଆଇ।

author-image
Debibandita Barick
ଅଦ୍ୟତନ ହୋଇଛି
Doctors Protest

Doctors Protest

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସୂତ୍ରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା ନା ଗଣଦୁଷ୍କର୍ମ ସେ ଉପରୁ ପରଦା ହଟାଇଛି ସିବିଆଇ। ସିବିଆଇ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଏହା ଗଣଦୁଷ୍କର୍ମ ନୁହେଁ ବୋଲି ଜଣାପଡିଛି।

Advertisment

ଅଭିଯୁକ୍ତ ସଞ୍ଜୟ ରୟ ହିଁ ଦୁଷ୍କର୍ମକାରୀ, ସେ ହିଁ ଏହି ମାମଲା ସହ ଜଡ଼ିତ ବୋଲି ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟରୁ ଜଣାପଡିଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଫୋରେନସିକ୍ ରିପୋର୍ଟ ମଧ୍ୟ ସଞ୍ଜୟ ରୟ ଦୁଷ୍କର୍ମ ଓ ହତ୍ୟାକାରୀ ବୋଲି କହୁଛି। ଡିଏନଏ ରିପୋର୍ଟରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ କରିଛି। 

ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଅଗଷ୍ଟ 9ରେ ମେଡିକାଲ କଲେଜର ସେମିନାର ହଲରୁ ଟ୍ରେନି ଜାକ୍ତରଙ୍କ ଅର୍ଦ୍ଧଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା। ପୋଷ୍ଟମୋର୍ଟମ ରିପୋର୍ଟରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ଜଣାପଡିଥିଲା।

Advertisment

ଏହାପରେ ହଜାର ହଜାର ଡାକ୍ତରଙ୍କ ସମେତ ସାଧାରଣ ଜନତା ଆନ୍ଦୋଳନକୁ ଓହ୍ଲାଇଥିଲେ। ଘଟଣାର 12 ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା ପୁଲିସ। ସେମିନାର ହଲରୁ ମିଳିଥିବା ବ୍ଲୁଟୁଥ୍ ହେଡସେଟ୍ ଆଧାରରେ ସଞ୍ଜୟ ରୟକୁ ଗିରଫ କରାଯାଇଥିଲା।

କିନ୍ତୁ ଘଟଣାରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯିବା ସହ ଏହା ଗ୍ୟାଙ୍ଗରେପ୍ ବୋଲି ଦାବି କରାଯାଉଥିଲା। ବର୍ତ୍ତମାନ ସୁଦ୍ଧା ସିବିବଆ ତଦନ୍ତ ଏହି ଦାବିକୁ ଖଣ୍ଡନ କରିଛି। ଏହା ଗ୍ୟାଙ୍ଗରେପ୍ ନୁହେଁ ବୋଲି ସିବିଆଇ ସୂତ୍ରୁ ପ୍ରକାଶ ପାଇଛି।  

ତେବେ ଏହି ମାମଲାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଅଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ଉପରେ ସିବିଆଇର ତଦନ୍ତ ଚଳାଇଛି, ସମ୍ପୂର୍ଣ୍ଣ ତଦନ୍ତ ପରେ ପୂରା ମାମଲା ଉପରୁ ପରଦା ହଟିବ। 

Kolkata Doctor Murder Case Doctor Rape Case RG Kar Medical College CBI