explosion seized
ସର୍ଚ୍ଚ ଅପରେସନ ବେଳେ ମାଟି ତଳେ ଠାବ ହେଲା ମାଓ ଡ଼ମ୍ପ । ମିଳିଲା ପୁଳା ପୁଳା ବିସ୍ଫୋରକ ସାମଗ୍ରୀ। ଏପରି ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜଙ୍ଗୱାଡା ଜଙ୍ଗଲରେ ଘଟିଛି।
Advertisment
କାଲିମେଳା ବ୍ଲକ ଅନ୍ତର୍ଗତ ଟେଲରାଇ ପଞ୍ଚାୟତର ଦୟଲଗୁନ୍ତି ଗ୍ରାମ୍ୟ ଜଙ୍ଗଲରେ ଏହି ଡ଼ମ୍ପ ଉଦ୍ଧାର କରାଯାଇଛି। ଏହି ମାଓ ଡ଼ମ୍ପରେ ୩ଟି ଟିଫିନ ବୋମା, ଜିଲୋଟିନ, ବିଦ୍ୟୁତ ତାର, ନକ୍ସଲ ପୋଷାକ, ନକ୍ସଲ ପୁସ୍ତକ ଇତ୍ୟାଦି ୧୭ରୁ ଊର୍ଦ୍ଧ୍ୱ ଜିନିଷ ମିଳିଛି।
ପ୍ରକାଶ ଥାଉକି, ଭେଜେଙ୍ଗୱାଡା ରିଜର୍ଭ ଫରେଷ୍ଟ ନକ୍ସଲଙ୍କ ଗଡ଼ ଥିଲା। ଏଠାରେ ନକ୍ସଲ ବହୁ ଡ଼ମ୍ପ କରି ମାଓ ସାମଗ୍ରୀ ଓ ବିସ୍ଫୋରକ ଲୁଚାଇ ରଖିଛନ୍ତି। ପୂର୍ବରୁ ମଧ୍ୟ ବହୁବାର ବିଏସଏଫ ମାଓ ଡ଼ମ୍ପ ଉଦ୍ଧାର କରିଛି। ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରକ ଓ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
