Advertisment

ସ୍ତ୍ରୀ ସହ ପରକୀୟା ପ୍ରୀତି ସନ୍ଦେହରେ ପୂର୍ବ କର୍ମଚାରୀଙ୍କୁ ହତ୍ୟା

ସ୍ତ୍ରୀଙ୍କୁ କଲ୍ କରି ଡାକିବାକୁ କହି ହତ୍ୟା କରିଥିବା ସୂଚନା।

author-image
Debibandita Barick
Deceased Sachin kumar's File Photo

Deceased Sachin kumar's File Photo

ଅର୍ଥ କାରବାର ଏବଂ ପତ୍ନୀ ସହ ପରକୀୟା ପ୍ରୀତି ସନ୍ଦେହରେ ପୂର୍ବ କର୍ମଚାରୀକୁ ହତ୍ୟା। ସ୍ତ୍ରୀଙ୍କୁ କଲ୍ କରି ଡାକିବାକୁ କହି ହତ୍ୟା କରିଥିବା ସୂଚନା ମିଳିଛି। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଦିଲ୍ଲୀରେ।

Advertisment

ପୁଲିସର କହିବା ଅନୁସାରେ, ମୃତ ୨୨ ବର୍ଷୀୟ ସଚିନ କୁମାର ଏକ ରେସ୍ତୋରାଁରେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ହାଶିବ ଖାନଙ୍କ ଟି-ସାର୍ଟ ଉତ୍ପାଦନ କମ୍ପାନୀର କର୍ମଚାରୀ ଥିଲେ। ସଚିନ ହାଶିବଙ୍କଠାରୁ ୨ ଲକ୍ଷ ଟଙ୍କା କରଜ ନେଇଥିଲେ। ଏକ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ, କିନ୍ତୁ ବାକି ଟଙ୍କା ଦେବାକୁ ହାଶିବ ତାଙ୍କୁ ବାରମ୍ବାର ଚାପ ପକାଉଥିଲେ। ଫଳରେ ସେ ସେଠାରୁ ଚାକିରି ଛାଡି ଅନ୍ୟ ଏକ ରେସ୍ତାରାଁରେ ନିଯୁକ୍ତ ହୋଇଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ହାଶିବଙ୍କ ସନ୍ଦେହ ଘେରକୁ ଆସିଥିଲେ ସଚିନ। ସେ ତାଙ୍କ ପତ୍ନୀ ଶାବିନା ବେଗମଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରିଥିଲେ। ଗତ ରବିବାର ସଚିନଙ୍କୁ କଲ୍ କରି ଡାକିବାକୁ ଶାବିନାଙ୍କୁ ବାଧ୍ୟ କରିଥିଲେ ହାଶିବ। ଶାବିନା ମଧ୍ୟ ସଚିନଙ୍କୁ ଘରକୁ ଡକାଇଥିଲେ। 

Advertisment

ସଚିନ ଘରକୁ ଆସିବା ପରେ ତାଙ୍କୁ ଛୁରୀ ଭୁଶି ହତ୍ୟା କରିଛି ହାଶିବ। ଏହାପରେ ଉଭୟ ସ୍ୱାମୀ-ସ୍ତ୍ରୀ କାରରେ ମୃତଦେହ ନେଇ ଜଙ୍ଗଲକୁ ଫିଙ୍ଗି ଦେଇଛନ୍ତି। ପଚରାଉଚରା ସମୟରେ ଏକଥା ସ୍ୱୀକାର କରିଥିବା ପୁଲିସ କହିଛି।

ପୁଲିସ କହିଛି ଯେ, ମୋବାଇଲ୍ ଫୋନ୍ ଟ୍ରାକ୍ ଅନୁସାରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇପାରିଛି। କାରଣ ପରିବାର ଲୋକ ସଚିନଙ୍କ ଅପହରଣ ନେଇ ଅଭିଯୋଗ କରିବା ପରେ ତାଙ୍କ କଲ୍ ଲିଷ୍ଟ୍ ଆଧାରରେ ତଦନ୍ତ କରାଯାଇଥିଲା। ଶେଷ ଥର ପାଇଁ ସେ ଶାବିନାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଘରକୁ ଯାଇଥିବା ଜଣାପଡିଥିଲା। ହାଶିବ ଓ ଶାବିନାଙ୍କୁ ପଚରାଉଚରା ବେଳେ ସେମାନେ ସତ ମାନିଛନ୍ତି। ଉଭୟଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଥିବା ପୁଲିସ କହିଛି। 

Murder Crime Delhi Police Delhi Crime News