Advertisment

ସାଙ୍ଗ ସାଜିଲେ ସଇତାନ; ୫ଶହ ଟଙ୍କା ପାଇଁ ଆଖି ତାଡ଼ି ନେଇଗଲେ ଯୁବକଙ୍କ ଜୀବନ

ମାତ୍ର ୫ଶହ ଟଙ୍କା ପାଇଁ ନେଇଗଲେ ସାଙ୍ଗର ଜୀବନ । ସେମାନେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଆଖି ତାଡ଼ି ନେବା ସହ  ଛୁରୀରେ ଆକ୍ରମଣ କରି ତାଙ୍କ ଜୀବନ ନେଇ ଯାଇଛନ୍ତି।

undefined

Murder

Advertisment

ସାଙ୍ଗ ସାଜିଲେ ସଇତାନ । ମାତ୍ର ୫ଶହ ଟଙ୍କା ପାଇଁ ନେଇଗଲେ ସାଙ୍ଗର ଜୀବନ । ସେମାନେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଆଖି ତାଡ଼ି ନେବା ସହ  ଛୁରୀରେ ଆକ୍ରମଣ କରି ତାଙ୍କ ଜୀବନ ନେଇ ଯାଇଛନ୍ତି। ଏପରି ଏକ ଅମାନବୀୟ କାଣ୍ଡ ବିହାରର ଆରା ଅଞ୍ଚଳରେ ଘଟିଛି। ମୃତକ ହେଲେ ୨୦ ବର୍ଷୀୟ ମୋହନ ସିଂ ।

Advertisment

ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଅଜୟ ମହାତୋ ନାମକ ଯୁବକ ମୋହନ ସିଂଙ୍କ ନିକଟରୁ ୫ ଶହ ଟଙ୍କା ଧାର ନେଇଥିବା ବେଳେ ଫେରାଉ ନ ଥିଲେ। ମୋହନ ସିଂ ଟଙ୍କା ମାଗିବାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା।

ଏହାପରେ ସୁଯୋଗ ଅପେକ୍ଷାରେ ଥିବା ଅଜୟ ଙ୍କ କିଛି ସାଙ୍ଗ ଭୋଜି କରିବା ବାହାନାରେ ମୋହନଙ୍କୁ ଘରୁ ଡାକି ନେଇଥିଲେ। ମାତ୍ର ବିଳମ୍ବ ପର୍ଯ୍ୟନ୍ତ ମୋହନ ଘରକୁ ନ ଫେରିବାକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ସାନୱାରି ବ୍ରିଜ ନିକଟ ଖୋଲା ପଡ଼ିଆରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

Advertisment

ପରିବାର ଲୋକେ ପହଞ୍ଚି ତାହା ମୋହନଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ତାଙ୍କୁ ଏତେ ନିର୍ମମ ଭାବେ ହତ୍ୟା କରାଯାଇଥିଲା ଯେ ମୃତଦେହରେ ବହୁ ଚୋଟ ଥିବା ବେଳେ ଆଖି ବାହାରି ଯାଇଥିଲା।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।

Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe