Advertisment

ଟ୍ରେନ ଗୁଳିକାଣ୍ଡ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ: କସାବ ଭଳି ରକ୍ତମୁଖା ପାଲଟିଥିଲା ଅଭିଯୁକ୍ତ ପୁଲିସ

ମୁମ୍ବାଇ-ଜୟପୁର ଟ୍ରେନରେ ଛାତିଥରା କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ। କୋଚ୍ ବଦଳାଇବାରୁ ଜୀବନ ବଞ୍ଚି ଯାଇଥିବା କହିଲେ।

ଅଦ୍ୟତନ ହୋଇଛି
Train Shooting Eyewitness And Accused

Train Shooting Eyewitness And Accused

Advertisment

ମୁମ୍ବାଇ-ଜୟପୁର ଟ୍ରେନରେ ଛାତିଥରା କାହାଣୀ ବଖାଣିଲେ ଯାତ୍ରା କରୁଥିବା କୃଷ୍ଣ କୁମାର ଶୁକ୍ଲା। ଯେଉଁ ବ୍ୟକ୍ତି ତାଙ୍କୁ କୋଚ୍ B5 ରୁ B6 କୁ ଯିବାକୁ ପରାମର୍ଶ ଦେଇଥିଲେ ତାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଏଥିସହ ପୂରା ଘଟଣା କିପରି ଭୟାନକ ଥିଲା ସେ ବାବଦରେ ଆଲୋଚନା କରିଛନ୍ତି। ଟ୍ରେନ୍ ଭିତରେ ଅପରାଧ ଘଟାଇଥିବା ରେଲୱେ ପୁଲିସ ଚେତନ ସିଂହ ସେଦିନ ତାଙ୍କୁ କସାବକୁ ମନେପକାଇ ଦେଇଥିବା କହିଛନ୍ତି। 

Advertisment

କୃଷ୍ଣ କୁମାର ଶୁକ୍ଲା ସୋମବାର ଘଟିଥିବା ଏହି ନର ହତ୍ୟା ମାମଲାର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଚେତନ ସିଂହ ହତ୍ୟା କରିଥିବା ୪ ଜଣଙ୍କ ମଧ୍ୟରୁ କାଦର ଭନପୁରୱାଲାଙ୍କ ସହ ସେ ବେଶ୍ ପରିଚିତ ଥିବା କହିଛନ୍ତି। ୬୨ ବର୍ଷିୟ କାଦର ନିୟମିତ ଭାବେ ଏହି ଟ୍ରେନରେ ଯାତ୍ରା କରୁଥିଲେ ଏବଂ ସେ ଜଣେ ଚମତ୍କାର ବ୍ୟକ୍ତି ଥିଲେ। ସେ ରାଜସ୍ଥାନର ଭବାନୀ ମାଣ୍ଡିରୁ ଜୟପୁର-ମୁମ୍ବାଇ ସୁପର ଫାଷ୍ଟର କୋଚ୍ B5ରେ ଚଢିଥିଲେ। ସୋମବାର ସକାଳେ ଶୁକ୍ଲା ତାଙ୍କୁ ଚା' ପିଇବାକୁ ଦେଇଥିବା କହିଛନ୍ତି।

ଶୁକ୍ଲାଙ୍କ କହିବାନୁସାରେ, 'ସିଂହ ଏବଂ ତାଙ୍କ ବରିଷ୍ଠ କର୍ମଚାରୀ ମୀନା ଏସକର୍ଟ ଟିମର ଏକ ଅଂଶ ଭାବରେ ରାତି ପ୍ରାୟ ୨.୪୫ରେ ସୁରଟରେ ଟ୍ରେନରେ ଚଢିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଖି ସମସ୍ୟା ଥିବାରୁ ମୁଁ ସଫେଇ କର୍ମଚାରୀଙ୍କୁ ଶୋଇବା ବିଛଣା ସଫା କରିବାକୁ କହିଲି। ଏହି କାରଣରୁ କୋଚ୍ B5ରୁ  B6କୁ ଶୋଇବାକୁ ଗଲି। କିଛି ସମୟ ପରେ, ଏକ ବିସ୍ଫୋରଣ ଭଳି ଶବ୍ଦ ଶୁଣି ଭୟବୀତ ହୋଇଗଲି। ଯାଞ୍ଚ କରିବା ପାଇଁ  କୋଚ୍ B5କୁ ଯାଇ ଦେଖେ ତ ବରିଷ୍ଠ କର୍ମଚାରୀ ମୀନା ଚଟାଣରେ ରକ୍ତ ଜୁଡୁବୁଡୁ ହୋଇ ପଡିଛନ୍ତି।' ସିଂହ କିଛି ସମୟ ଶବ ନିକଟରେ ବଶି ରହିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ବୋଲି ଶୁକ୍ଳା କହିଛନ୍ତି। 

Advertisment

ଶୁକ୍ଲା ଆହୁରି କହିଛନ୍ତି, 'କୋଚ୍ B5ରେ ଆଗକୁ ଯିବା ପରେ, ମୁଁ କିଛି ଯାତ୍ରୀଙ୍କ ସାହାଯ୍ୟ ନେଇ କୋଚ୍ B5 ଏବଂ B6 ମଧ୍ୟରେ ଥିବା କବାଟ ବନ୍ଦ କରି ତାଲା ପକାଇ ଦେଲି। ଏହି କାରଣରୁ ସେଦିନ ଆମେ ବଞ୍ଚି ଗଲୁ। ସଫେଇ କର୍ମଚାରୀ ସଫା କରିବାରୁ ସେ ସେଦିନ ବଞ୍ଚି ଯାଇଥିବା ଶୁକ୍ଳା କହିଛନ୍ତି। ଏହାପରେ ଉଗ୍ର ରୂପଧାରୀ ଚେତନ ସିଂହ କୋଚ୍ B5ରୁ ଅନ୍ୟ ବଗିକୁ ଯାଇ ସେଠାରେ ତିନିଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଚେତନ ଚାଲିଯିବା ପରେ ଶୁକ୍ଲା ଆରପିଏଫ ପୁଲିସକୁ ଡାକି ଘଟଣା ବାବଦରେ ଜଣାଇଥିଲେ। 

ବୋରିଭଲିରେ ଟ୍ରେନ୍ ଅଟକିବା ପରେ ଅତିରିକ୍ତ ଆରପିଏଫ୍ ଫୋର୍ସ ଟ୍ରେନକୁ ଆସିବାରୁ ଆମେ ଶାନ୍ତିରେ ନିଶ୍ୱାସ ନେଇଥିଲୁ। ବଞ୍ଚିଥିବା ପର୍ଯ୍ୟନ୍ତ ସେ ରାତିର ଘଟଣାକୁ ଭୁଲି ପାରିବି ନାହିଁ ବୋଲି ଶୁକ୍ଲା କହିଛନ୍ତି।

Crime News National News Jaipur-Mumbai Train Shooting Train Shooting News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe