Advertisment

ରୁଟି ଦେବାକୁ ମନା କରିବାରୁ ଚତୁର୍ଥ ମହଲାରୁ ଶ୍ରମିକଙ୍କୁ ଠେଲି ହତ୍ୟା

ରୁଟି ଦେବାକୁ ମନା କରିବାରୁ ଶ୍ରମିକଙ୍କୁ ଫ୍ୟାକ୍ଟ୍ରିର ଚତୁର୍ଥ ମହଲାରୁ ତଳକୁ ଠେଲି ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀରୁ ଆସିଛି ଲୋମହର୍ଷଣକାରୀ ମାମଲା। ଅଭିଯୁକ୍ତ ଗିରଫ।

roti

roti

Advertisment

ରାଜଧାନୀ ଦିଲ୍ଲୀରୁ ଏକ ଲୋମହର୍ଷଣକାରୀ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କାରଖାନାରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ରୁଟି ବିବାଦକୁ ନେଇ ହତ୍ୟା କରାଯାଇଛି। ଦୁଇ ପଟ ରୁଟିକୁ ନେଇ ବଚସା ହେବା ପରେ ଅନ୍ୟ ଜଣେ ଶ୍ରମିକ ତାଙ୍କୁ ଏକ କୋଠାର ଚତୁର୍ଥ ମହଲାରୁ ତଳକୁ ଠେଲି ଦେଇଥିଲା, ଫଳରେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

Advertisment

ଏହି ଘଟଣା ଦିଲ୍ଲୀର ବୱାନାସ୍ଥିତ ଏକ କାରଖାନାରେ ଘଟିଛି। ମୃତ ଶ୍ରମିକ ରାମ ପ୍ରକାଶ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଦୀପାବଳି ପୂର୍ବରୁ ଫ୍ୟାକ୍ଟ୍ରି ସାଜସଜ୍ଜା ଚାଲିଥିଲା। ରାମ ପ୍ରକାଶ କାରଖାନାର ଚତୁର୍ଥ ମହଲାକୁ ସଜାଉଥିଲେ। ଅନ୍ୟପଟେ ଅଭିଯୁକ୍ତ ଅସଲାମ ଅନ୍ୟ ଏକ କାରଖାନାର ଛାତ ଉପରେ ବୁଲୁଥିଲା। ଅଭିଯୁକ୍ତ, ରାମ ପ୍ରକାଶଙ୍କୁ ଦୁଇଟି ରୁଟି ମାଗିଥିଲା, କିନ୍ତୁ ରାମ ପ୍ରକାଶ ଦେବାକୁ ମନା କରିଦେଇଥିଲେ। ଏଥିସହ ସେ ଅଭିଯୁକ୍ତକୁ ନିଜ ଟଙ୍କାରେ ରୁଟି କିଣିବାକୁ କହିଥିଲେ, ଯାହା ଅସଲାମକୁ କ୍ରୋଧିତ କରିଥିଲା।

ଏହାପରେ ଅଭିଯୁକ୍ତ ରାମ ପ୍ରକାଶଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ଅଭିଯୁକ୍ତ ଅସଲାମ, ରାମ ପ୍ରକାଶଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲା। ଏହାପରେ ତାଙ୍କୁ ବିଲ୍ଡିଂ ସମ୍ମୁଖକୁ ଟାଣି ନେଇ ତଳକୁ ଠେଲି ଦେଇଥିଲା। ବିଲ୍ଡିଂର ଚତୁର୍ଥ ମହଲାରୁ ଖସିପଡି ରାମ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ପରେ ଅଭିଯୁକ୍ତ ସେଠାରୁ ଖସି ପଳାଇ ଯାଇଥିଲା, କିନ୍ତୁ ପରେ ତାକୁ ଗିରଫ କରିଛି ପୁଲିସ। କାରଖାନାର ଅନ୍ୟ କର୍ମଚାରୀଙ୍କ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଅସଲାମ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Murder Laborer Murdered Delhi Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe