Advertisment

୧୪ଟି ନକଲି ୫୦୦ ଟଙ୍କିଆ ନୋଟ୍‌କୁ ନେଇ ହରଡ ଘଣାରେ ବ୍ୟାଙ୍କ

ଆକ୍ସିସ ବ୍ୟାଙ୍କର ରିଲେସନ୍‌ସିପ୍‌ ମ୍ୟାନେଜର ଅର୍ଜୁନ କୁମାର ଜେନା ଆଜି ଆଶିଷଙ୍କ ଫୋନ୍‌ କରି ଡାକିଥିଲେ। ଡାକରା ପାଇ ଆଶିଷ ବ୍ୟାଙ୍କ ପାଖକୁ ଯାଇଥିଲେ। ‘ତୁମ ଟଙ୍କା ନକଲି କହି ୧୪ଟି ୫୦୦ ଟଙ୍କିଆ ନୋଟ୍‌’ ଫେରାଇଥିଲେ ବ୍ୟାଙ୍କ କର୍ମଚାରୀ।

author-image
Manoranjan Sial
ଅଦ୍ୟତନ ହୋଇଛି
Bank

Bank

୧୪ଟି ନକଲି ୫୦୦ ଟଙ୍କିଆ ନୋଟ୍‌ କାହାର? ଆକ୍ସିସ୍‌ ବ୍ୟାଙ୍କର ନା ମହିଳା ସ୍ୱୟଂସହାୟକ ଗୋଷ୍ଠୀର। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପକ୍ଷ। କଥା ପ୍ରଘଟ ହେବାପରେ ରଫାଦଫା କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ନକଲି ୫୦୦ ଟଙ୍କିଆ ନୋଟ୍‌କୁ ଗ୍ରହଣ କରିଥିଲେ। ଆଜି ଏପରି ଖବର ନବରଙ୍ଗପୁର ଟାଉନ୍‌ରୁ ଆସିଛି। ସେପଟେ ନକଲି ନୋଟ୍‌ ନେଇ ପୁଲିସ୍‌ରେ ଅଭିଯୋଗ କରିନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।

Advertisment

ନବରଙ୍ଗପୁର ସହରରେ ରହିଛି ଆକ୍ସିସ ବ୍ୟାଙ୍କ। ସେହି ବ୍ୟାଙ୍କରୁ ନନ୍ଦାହାଣ୍ଡି ବ୍ଲକ୍‌ ପୋଡାଲଗୁଡା ଗାଁର ଏକ ୫ ଜଣିଆ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ୨ ଲକ୍ଷ ୪୫ ହଜାର ଟଙ୍କା ଋଣ ଉଠାଇଥିଲା। ପ୍ରତି ମାସ କିସ୍ତି ବାବଦକୁ ୧୩ ହଜାର ୯୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା। ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ କିସ୍ତି ଟଙ୍କା ଧରି ବ୍ୟାଙ୍କରେ ପହଞ୍ଚିଥିଲେ ଉକ୍ତ ମହିଳା ଗ୍ରୁପର ସଭାପତି ରୋଜିଆରାଣୀଙ୍କ ପୁଅ ଆଶିଷ।

ବ୍ୟାଙ୍କରେ ଟଙ୍କା ଜମା କରିବାର ସମୟ ଅବଧି ସରିଯାଇଥିଲା। ତେଣୁ ବ୍ୟାଙ୍କ କର୍ମଚାରୀ ଉକ୍ତ ଟଙ୍କା ରଖି ଦେଇଥିଲେ। ଏପରିକି ଆଶିଷ ନେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ରିଜୋଲେସନ୍‌ ଖାତାରେ ରିସିଭ୍‌ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଲେଖିଥିଲେ। ଆଜି ଜମା କରିବା ବେଳେ ୧୪ଟି ୫୦୦ ଟଙ୍କିଆ ନୋଟ୍‌ ନକଲି ବୋଲି ଜାଣିବାକୁ ପାଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ।

Advertisment

ଆକ୍ସିସ ବ୍ୟାଙ୍କର ରିଲେସନ୍‌ସିପ୍‌ ମ୍ୟାନେଜର ଅର୍ଜୁନ କୁମାର ଜେନା ଆଜି ଆଶିଷଙ୍କ ଫୋନ୍‌ କରି ଡାକିଥିଲେ। ଡାକରା ପାଇ ଆଶିଷ ବ୍ୟାଙ୍କ ପାଖକୁ ଯାଇଥିଲେ। ‘ତୁମ ଟଙ୍କା ନକଲି କହି ୧୪ଟି ୫୦୦ ଟଙ୍କିଆ ନୋଟ୍‌’ ଫେରାଇଥିଲେ ବ୍ୟାଙ୍କ କର୍ମଚାରୀ। ଯାହାକୁ ବିରୋଧ କରିଥିଲେ ଆଶିଷ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ବ୍ୟାଙ୍କ ବାହା ହୋ ହାଲ୍ଲା ହୋଇଥିବାରୁ ଲୋକଙ୍କ କହଳି ଜମିଥିଲା।

ଲୋକଙ୍କ ଭିଡ଼ ଦେଖି ସାମ୍ୱାଦିକମାନେ ସେଠାରେ ପହଞ୍ଚିଥିଲେ। ଘଟଣା ପ୍ରଘଟ ହେବା ଆଶଙ୍କା କରି ବ୍ୟାଙ୍କ କର୍ତ୍ତୃପକ୍ଷ ଆଶିଷଙ୍କୁ ବ୍ୟାଙ୍କ ଭିତରକୁ ନେଇଯାଇଥିଲେ। ସେଠାରେ ବିବାଦର ରଫାଦଫା ଚର୍ଚ୍ଚା ହେଉଛି। ବ୍ୟାଙ୍କ ସମସ୍ତ ନକଲି ନୋଟ ରଖିଥିବା ଅରିଜିନାଲ ନୋଟ ଜମା କରିଥିବା ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ବ୍ୟାଙ୍କ ପାଖରେ ଥିବା ୧୪ଟି ନକଲି ନୋଟ କାହାର? ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷ କାହିଁକି ବ୍ୟାଙ୍କରେ ଅଭିଯୋଗ କରୁନାହାନ୍ତି? ଏଥିରେ ବ୍ୟାଙ୍କର କିଛି ଭୂମିକା ରହିଛି କି? ନବରଙ୍ଗପୁର ଟାଉନ୍‌ରୁ ନକଲି ନୋଟ୍‌ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଛି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Nabarangpur