Advertisment

ଭୁବନେଶ୍ୱରରେ ଫେକ୍ କଲ୍ ସେଣ୍ଟର ମାମଲା: କୋଲକାତା ଯିବ କମିଶନରେଟ୍ ପୁଲିସ୍

ସୂଚନା ମୁତାବକ ୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଏକ ଫ୍ଲାଟରେ ଫେକ୍ କଲ ସେଣ୍ଟର ଚଲାଇଥିଲେ।

author-image
Manoj Swain
Fake call centre

Fake call centre

ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍ ପୁଲିସ୍। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି। ଅନୁମତି ମିଳିବା ପରେ କୋଲକାତାକୁ ସ୍ବତନ୍ତ୍ର ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବ। ଏନେଇ ପୁଲିସ୍ ସଜବାଜ ଆରମ୍ଭ କଲାଣି। ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି ପୁଲିସ୍।

Advertisment

ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନା ଲଗାଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ବେଶ ଉଚ୍ଚ ଶିକ୍ଷିତ। ତେଣୁ ଏମାନେ କେତେ ଠକିଛନ୍ତି ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ଚାଲିଛି।

ସୂଚନା ମୁତାବକ ୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଏକ ଫ୍ଲାଟରେ ଫେକ୍ କଲ ସେଣ୍ଟର ଚଲାଇଥିଲେ। 

Advertisment
Bhubaneswar Cyber Crime Fake Call Center