ଡାକ୍ତରୀ ପାଠ ପଢ଼ି ନ ଥିଲେ। ହେଲେ ସାଜିଥିଲେ ଡାକ୍ତର। ଏମବିବିଏସ୍ ଡିଗ୍ରୀ ନ ଥାଇ ବି କରୁଥିଲେ ରୋଗୀ ଚିକିତ୍ସା। ବେଆଇନ ଭାବରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏପରି ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍।
ଏପରି ଏକ ଘଟଣା ଆଦିବାସୀ ଅଧ୍ୟୁଷିତ ବଲାଙ୍ଗିର ସିନ୍ଧେକେଲା ଥାନା ଅଞ୍ଚଳରେ ଘଟିଛି। ଗିରଫ ନକଲି ଡାକ୍ତରଙ୍କ ନାଁ ପଲାସା ବିଶ୍ୱାସ ଓ ଘର ପଶ୍ଚିମବଙ୍ଗର ରାମେଶ୍ୱରପୁରରେ ବୋଲି ଜଣାଯାଇଛି।
Also Read
ଗତକାଲି ସିନ୍ଧେକଲା ଗାଁରେ ଥିବା ତାଙ୍କ କ୍ଲିନିକରେ ଚଢ଼ାଉ କରିଥିଲା ପୁଲିସ ଓ ପ୍ରଶାସନ। ଟିଟିଲାଗଡ ଏସଡିଏମଓ, ଡ୍ରଗ୍ସ ଇନସ୍ପେକ୍ଟର ଓ ସିନ୍ଧେକେଲା ପୁଲିସର ମିଳିତ ଉଦ୍ୟମରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ପଲାସା ଏମବିବିଏସ୍ ଡିଗ୍ରୀ ତଥା କ୍ଲିନିକ୍ର ଲାଇସେନ୍ସ କିଛି ବି ଦେଖାଇ ପାରି ନ ଥିଲେ। ତେଣୁ ତାଙ୍କୁ ତୁରନ୍ତ ବାନ୍ଧିଛି ସିନ୍ଧେକେଲା ଥାନା ପୁଲିସ।
ବିନା ଲାଇସେନ୍ସ ତଥା ଡିଗ୍ରୀରେ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।
Crime
୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା
ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।
Crime
ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ
ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।
Crime
ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା
ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି।