Advertisment

ଏମ୍‌ସର ଅଭିଜ୍ଞ ଡାକ୍ତର କହି ଦେଖୁଥିଲେ ରୋଗୀ

ପୂର୍ବରୁ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫ୍ରେବୃଆରୀ ମାସରେ ତେଲେଙ୍ଗାନା ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ତେଲେଙ୍ଗାନା ପୁଲିସ ତାଙ୍କୁ ଗିରଫ କରିଥିଲା।

Advertisment

ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପାସ୍। ହେଲେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ କରୁଥିଲେ ଚିକିତ୍ସା। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ। ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ତାଙ୍କର ଏକ ଘରୋଇ କ୍ଲନିକ ଥିବାବେଳେ କଟକ ରାଣୀହାଟରେ ମଧ୍ୟ ତାଙ୍କର ଏକ ଘରୋଇ କ୍ଲନିକ ରହିଛି। 

Advertisment
Fake Doctor Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe