Advertisment

ଜେଲରୁ ବାହାରି ସରକାରୀ ଡାକ୍ତରଖାନାରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର; ଧରା ପଡ଼ିଲେ

୨୦୧୯ରେ ମସିହାରେ ପଦ୍ମନାଭନ ନୂଆ ଗାଁ ବ୍ଲକରେ ବି ନକଲି ସାର୍ଟିଫିକେଟ ଦେଇ ରୋଗୀ ସେବା ଜାରି ରଖିଥିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Fake doctor

Fake doctor

ଜେଲ ଗଲା ପରେ ବି ସୁଧୁରିଲେନି। ପୁଣି ଜଣେ ଡାକ୍ତରଙ୍କ ସାର୍ଟିଫିକେଟ ଦେଇ ସରକାରୀ ଡାକ୍ତରଖାନାରେ ରୋଗୀଙ୍କର ଡାଏଲିସିସି କରୁଥିଲେ ନକଲି ଡାକ୍ତର। ଧରାପଡ଼ିବା ପରେ ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ନକଲି ଡାକ୍ତର ଜଣଙ୍କ ହେଲେ ପଦ୍ମନାଭନ ମୁଖି କାରୁଆ।

Advertisment

ପଦ୍ମନାଭନ ରାଉରକେଲା ସରକାରୀ ଡାକ୍ତରଖାନାରେ  ଡାଏଲିସିସି ବିଭାଗରେ କାମ କରୁଥିଲେ। ଝାଡ଼ଖଣ୍ଡର ଜଣେ ଡାକ୍ତରଙ୍କ ସାର୍ଟିଫିକେଟରେ ଦେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲିସିସି ବିଭାଗରେ ଡାକ୍ତର ଭାବେ ଠିକାରେ ନିଯୁକ୍ତି ପାଇଥିଲେ। କିଛି ଦିନ ତଳେ ପଦ୍ମନାଭ ଏକ ଘରୋଇ କମ୍ପାନୀରୁ ୠଣ ନେବା ପାଇଁ ଆବେଦନ କରିଥିଲେ। ତେବେ ସେ ଦେଇଥିବା ଡକ୍ୟୁମେଣ୍ଟ ନକଲି ଜଣାପଡ଼ିବା ପରେ ଘରୋଇ କମ୍ପାନୀ ପୁଲିସକୁ ଜଣାଇଥିଲେ। ପୁଲିସ ପଦ୍ମନାଭନକୁ ଥାନାକୁ ଡାକି ପଚରାଉଚରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପରେ ପଦ୍ମନାଭନ ବିଷୟରେ ରାଉରକେଲା ସରକାରୀ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟକୁ ଜଣାଇଥିଲା ପୁଲିସ।  ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ପୁଲିସ ନକଲି ଡାକ୍ତରଙ୍କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ରହିଛି।

୨୦୧୯ରେ ମସିହାରେ ପଦ୍ମନାଭନ ନୂଆ ଗାଁ ବ୍ଲକରେ ବି ନକଲି ସାର୍ଟିଫିକେଟ ଦେଇ ରୋଗୀ ସେବା ଜାରି ରଖିଥିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିଛି ଦିନ ତଳେ ପଦ୍ମନାଭନ ବେଲ୍‌ରେ ଆସିଥିଲେ। ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଠିକାରେ ଡାଏଲିସିସି ବିଭାଗର ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ମଧ୍ୟ ପଦ୍ମନାଭନ ବିଭିନ୍ନ ହସପିଟାଲରେ ଜାଲ ସାର୍ଟିଫିକେଟ ଦେଇ କାକ କରିବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ଯେପରି ୨୦୧୦ ମସିହାରେ ହାଇଟେକ୍ ହସପିଟାରେ ପଦ୍ମନାଭନ ଜାଲ ସାଟିଫିକେଟ ଦେଇ କାମ କରିବାକୁ ଯାଇଥିଲେ। ହେଲେ ଡକ୍ୟୁମେଣ୍ଟ ଯାଞ୍ଚ ହେବାରୁ ସେଠାରୁ ଚମ୍ପଟ ମାରିଥିଲେ। ୨୦୧୪ ମସିହାରେ ବନ୍ଧମୁଣ୍ଡା ରେଲୱେ ଜାଲ ସାର୍ଟିଫିକେଟ ଦେଇ କାମ କରିବାକୁ ଯାଇଥିଲେ। ଡକ୍ୟୁମେଣ୍ଟ ଯାଞ୍ଚ ହେବାରୁ ସେଠାରୁ ମଧ୍ୟ ଚମ୍ପଟ ମାରିଥିଲେ। ସେହିପରି ଆହୁରି ବିଭିନ୍ନ ହସିପିଟାଲରେ ଜାଲ ସାର୍ଟିଫିକେଟ ଦେଇ କାମ କରିବାକୁ ଚେଷ୍ଟା କରି ଫେଲ୍‌ ମାରିଥିଲେ ପଦ୍ମନାଭନ।

Advertisment

ରାଉରକେଲା ସରକାରୀ ହସ୍ପିଟାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଗଣେଶ ପ୍ରସାଦ ଦାସ କହିଛନ୍ତି, ଗତ ୭ ମାସ ଧରି ରାହି କେୟାର୍ ପ୍ରାଇଭେଟ୍
ଲିମିଟେଡ୍ ନାମକ ଏକ ଆଉଟ ସୋର୍ସିଂ ସଂସ୍ଥା ଜରିଆରେ ହସ୍ପିଟାଲରେ କାମ କରୁଥିଲେ। ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରିଛୁ। ସଂସ୍ଥା ପକ୍ଷରୁ କାହିଁକି ଠିକରେ ତାଙ୍କ ସାର୍ଟିଫିକେଟ ଯାଞ୍ଚ ନ କରି ନିଯୁକ୍ତି ଦେଲେ ଏଥିପାଇଁ କାରଣ ଦର୍ଶାଅ ନୋଟିସ ପଠାଇଛି। ଘଟଣା ତଦନ୍ତ ଜାରି ରହିଛି।

ରାହି କେୟାର୍ ପ୍ରା.ଲିଃ ଏରିଆ ମ୍ୟାନେଜର ମୟୁର ଅଗ୍ରୱାଲ କହିଛନ୍ତି,  ତାଙ୍କୁ ନିଲମ୍ବିତ କରାଯାଇଛି। ଆମକୁ ଜାଲ ସାର୍ଟିଫିକେଟ ଦେଇ କାମ କରିଥିବାରୁ ଆମେ ତାଙ୍କ ନାଁ ଏତଲା  ମଧ୍ୟ ଦେବୁ।

Rourkela